ଅନୁଗୋଳ: ଶନିବାର ଅନୁଗୋଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ମୃତକ ଦୁହେଁ ହେଲେ ଅନୁଗୋଳ ଥାନା ବେନ୍ତପୁର ଓ ଖଣ୍ଡହତା ଗାଁର ପ୍ରତାପ ନାୟକ ଓ ଗିରିଶ ବେହେରା ।
ସୂଚନା ଅନୁଯାୟୀ, ଶନିବାର ଗିରିଶ ବିଲରେ କାମ କରୁଥିଲେ ଏବଂ ପ୍ରତାପ ଘରେ ଶୋଇଥିଲେ । ଏହି ସମୟରେ ହଠାତ୍ ବ୍ରଜାଘାତ ଘଟିଥିଲା । ଏହାପରେ ଉଭୟଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ