ETV Bharat / state

କୂଅରୁ ପାଣି କାଢିବାକୁ ଯାଇ ମହିଳା ମୃତ

ଶୁକ୍ରବାର ଗୁଆଗରିଆ ଗାଁର ସୁଦାମ ନାୟକଙ୍କ ସ୍ତ୍ରୀ ନଳିନୀ ନାୟକ ପାଣି କାଢୁଥିବା ବେଳେ କୂଅରେ ପଡିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଆକାଶ ନାୟକ ମଧ୍ୟ କୂଅରେ ବୁଡି ଯାଇଥିଲେ । ଉଭୟଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
author img

By

Published : Jul 5, 2019, 5:03 PM IST

ଅନୁଗୋଳ: କୂଅରେ ପଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର କୂଅରୁ ଜଣେ ମହିଳାଙ୍କୁ ଯୁବକ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଯୁବକ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ରାସୋଲ ଥାନା ଗୁଆଗରିଆ ଗାଁରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଶୁକ୍ରବାର ଗୁଆଗରିଆ ଗାଁର ସୁଦାମ ନାୟକଙ୍କ ସ୍ତ୍ରୀ ନଳିନୀ ନାୟକ ପାଣି କାଢୁଥିବା ବେଳେ ଅସାବଧାନତା ହେତୁ କୂଅରେ ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକାଶ କୂଅରୁ ପଶିଥିବା ବେଳେ ସେ ମଧ୍ୟ କୂଅରେ ବୁଡ଼ି ଯାଇଥଲେ ।

ଖବର ପାଇ ଅଗ୍ନୀଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆକାଶଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ବୋଲି ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

dfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.