ETV Bharat / state

ଅନୁଗୋଳରେ ବେକାବୁ କୋରୋନା, ଆଜି 154 ଚିହ୍ନଟ - ଅନୁଗୋଳ

ରାଜ୍ୟରେ ଦିନକୁ ଦିନ କୋରୋନା ମାମଲା ହ୍ରାସ ପାଉଥିବା ବେଳେ ଅନୁଗୋଳରେ ସଂକ୍ରମଣ ଥମିବାର ନାମ ନେଉନି । ଏହି କ୍ରମରେ ବୁଧବାର ଜିଲ୍ଲାରୁ ଗୋଟିଏ ଦିନରେ ୧୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

ଅନୁଗୋଳରେ ବେକାବୁ କୋରନା
ଅନୁଗୋଳରେ ବେକାବୁ କୋରନା
author img

By

Published : Oct 21, 2020, 10:55 PM IST

ଅନୁଗୋଳ: ରାଜ୍ୟରେ ଦିନକୁ ଦିନ କୋରୋନା ମାମଲା ହ୍ରାସ ପାଉଥିବା ବେଳେ ଅନୁଗୋଳରେ ସଂକ୍ରମଣ ଥମିବାର ନାମ ନେଉନି । ଏହି କ୍ରମରେ ବୁଧବାର ଜିଲ୍ଲାରୁ ଗୋଟିଏ ଦିନରେ ୧୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳ ସ୍ଵାବ ଦେଇଥିବା ଲୋକଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୩୫ରେ ପହଞ୍ଚି ଥିବା ଜିଲା ସୂଚନା ଲୋକସମ୍ପର୍କ କାଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତ୍ତି ରେ ସୂଚନା ଦିଆଯାଇଛି।

ଜିଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୩୮ଜଣ ( ୨୮ଜଣ ପୁରୁଷ ଓ ୧୦ଜଣ ମହିଳା ) , ତାଳଚେର ବ୍ଲକ୍ ଅଞ୍ଚଳରୁ ୩୩ ଜଣ ( ୨୦ ଜଣ ପୁରୁଷ ଓ ୧୩ଜଣ ମହିଳା ) , କଣିହାଁ ବ୍ଲକ ଅଞ୍ଚଳରୁ ୧୯ଜଣ ( ୯ଜଣ ପୁରୁଷ ଓ ୧୦ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୯ଜଣ ( ୧୮ ଜଣ ପୁରୁଷ ଓ ୧ ଜଣ ମହିଳା ) , କିଶୋରନଗର ବ୍ଳକ୍ ଅଞ୍ଚଳରୁ ୧୫ଜଣ ( ୧୩ଜଣ ପୁରୁଷ ଓ ୨ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୪ଜଣ ( ୧୧ଜଣ ପୁରୁଷ ଓ ୩ ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୭ଜଣ ( ୫ଜଣ ପୁରୁଷ ଓ ୨ଜଣ ମହିଳା ) ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୫ଜଣ ( ୩ ଜଣ ପୁରୁଷ ଓ ୨ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧ଜଣ ( ୧ ଜଣ ପୁରୁଷ ଅଛନ୍ତି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି ।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବୁଧବାର ଜିଲ୍ଲାରୁ ୧୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସ୍ପିଟାଲରୁ , ୨ ଜଣ କୋଭିଡ କେୟାର ସେଣ୍ଟରରୁ ୧୩୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.