ETV Bharat / state

ଜାଗିଲା ପୋଲିସ ଓ ପ୍ରଶାସନ, 15 ବେଆଇନ ଖଣି ବନ୍ଦ

author img

By

Published : Mar 18, 2021, 10:19 AM IST

ଆକ୍ସନ ମୁଡରେ ଜିଲ୍ଲା ପୋଲିସ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହିରେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ ବିପୁଳ ପରିମାଣରେ କୋଇଲା ଜବତ ସହ ଖଣିରେ ମାଟି ଭରି ଦିଆଯାଇଛି । ଅଧିକ ପଢନ୍ତୁ...

ବନ୍ଦ 15 ବେଆଇନ ଖଣି
ବନ୍ଦ 15 ବେଆଇନ ଖଣି

ଅନୁଗୋଳ: ଆକ୍ସନ ମୁଡରେ ଜିଲ୍ଲା ପୋଲିସ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହିରେ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ ବିପୁଳ ପରିମାଣରେ କୋଇଲା ଜବତ ସହ ଖଣିରେ ମାଟି ଭରି ଦିଆଯାଇଛି ।

ବନ୍ଦ 15 ବେଆଇନ ଖଣି

ସୂଚନାଅନୁସାରେ ବାହାଳସାହିରେ ବେଆଇନ ଭାବେ କୋଇଲା ଖଣିରୁ କୋଇଲା ଖନନ କରି ବାହାରକୁ ଚଲାଣ କରାଯାଉଥିଲା । ସେହି ଚୋରା କୋଇଲା ଖାଲରେ ଲବଣି ଭୁତିଆ ନାମକ ଗତ ୧୪ ତାରିଖରେ ସାଇକେଲ ସହିତ ୫୦ ଫୁଟ ତଳକୁ ଖସି ପଡିଥିଲେ l ଫଳରେ ତାଙ୍କର ମୃତ ହୋଇଥିଲା । ପୋଲିସ ଏହି ଘଟଣାକୁ ଭିତ୍ତି କରି ଉକ୍ତ କୋଇଲା ଖାତ ମାଲିକ ସୁଶାନ୍ତକୁ ଗିରଫ କରି କୋର୍ଟ ଚାଳଣ କରିବା ସହ ବେଆଇନ କୋଇଲା ଖାତ ଚଳାଉ ଥିବା ଅନେକଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।

ତେବେ ଚୋରା କୋଇଲା ଖାତକୁ ନେଇ ତପ୍ପରତା ଦେଖାଇଛି । ଖଣି ବିଭାଗ ରାଜସ୍ବ ବିଭାଗ ଓ ପୋଲିସ ଦିର୍ଘବର୍ଷ ହେବ ବହାଳସାହି ଗ୍ରାମରେ ଚୋରା କୋଇଲା ଖଣି ଚାଲିଥିବା ବେଳେ ଖଣି ବିଭାଗ ଯୋଜନା ପ୍ରସ୍ତୁତ କରି ପ୍ରାୟ ୧୫ଟି ବେଆଇନ କୋଇଲା ଖାଣି ଉପରେ ଚଢ଼ାଉ କରିଥିବା ବେଳେ ଏଠାରୁ ଲକ୍ଷ୍ୟାଧିକ ଟଙ୍କାର କୋଇଲା ଖନନ କରି ବିକ୍ରି ହୋଇଥିବାର ସୂଚନା ରହିଥିଲା ।

ଚଢାଉରେ ତାଳଚେର ଖଣି ଅଧିକାରୀ ଧରଣୀଧର ନାୟକ ,ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ,ଛେଣ୍ଡିପଦା ପୋଲିସ ଚଢାଉରେ ସମୟରେ ଉପସ୍ଥିତ ଥିବା ଜଣାପଡିଛି। ଚଢ଼ାଉ ସମୟରେ ଖଣି ମାଫିଆମାନେ ଫେରାର ଥିବା ବେଳେ ବର୍ତ୍ତମାନ କାହା ନାମରେ ମାମଲା ରୁଜ୍ଜୁ ହୋଇନାହିଁ । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.