ETV Bharat / state

ଅନୁଗୋଳକୁ ଏସବୁ ଜିଲ୍ଲାରୁ ଆସିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ.. - ନୂଆ କଟକଣା

ଏଣିକି ଗଞ୍ଜାମ ଓ ଯାଜପୁରରୁ ଆସିଲେ ୧୪ ଦିନିଆ କ୍ବାରେନଣ୍ଟାଇନ ପାଇଁ ବିଜ୍ଞପ୍ତି ଜାରି କରିଛି ପ୍ରଶାସନ । ସେପଟେ ଶନିବାର ଅନୁଗୋଳ ଜିଲ୍ଲାରେ ୧୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଓ ଯାଜପୁରରୁ ଆସିଲେ ୧୪ ଦିନିଆ କ୍ବାରେନଣ୍ଟାଇନ ପାଇଁ ବିଜ୍ଞପ୍ତି ଜାରିକଲା ଅନୁଗୋଳ ପ୍ରଶାସନ

author img

By

Published : Jul 11, 2020, 1:34 PM IST

Updated : Jul 11, 2020, 1:53 PM IST

ଅନୁଗୋଳ: ବଢୁଛି ସଂକ୍ରମଣ, ଲାଗୁଛି ନୂଆ କଟକଣା । ଏଣିକି ଗଞ୍ଜାମ ଓ ଯାଜପୁରରୁ ଆସିଲେ ୧୪ ଦିନିଆ କ୍ବାରେନଣ୍ଟାଇନ ପାଇଁ ବିଜ୍ଞପ୍ତି ଜାରି କରିଛି ପ୍ରଶାସନ । ସେପଟେ ଶନିବାର ଅନୁଗୋଳ ଜିଲ୍ଲାରେ ୧୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଉଭୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ସୂଚନା ଦେଇଛନ୍ତି ।

ଅନୁଗୋଳକୁ ଏସବୁ ଜିଲ୍ଲାରୁ ଆସିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ..

ଏହି ୧୧ଜଣଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଗତକାଲି ସର୍ବାଧିକ ୨୩ ଜଣ ସୁସ୍ଥ ହୋଇଥିଲେ । ଯାହାକୁ ମିଶାଇ ୯୨ ଜଣ ସୁସ୍ଥ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି । ଜିଲ୍ଲାରେ ଶନିବାର ସୁଦ୍ଧା ୪୦ଟି ଆକ୍ଟିଭ କେସ ରହିଛି । ଆଜିର ଆକ୍ରାନ୍ତମାନେ କେଉଁ ଅଞ୍ଚଳର ସେନେଇ ପ୍ରଶାସନ ପକ୍ଷରୁ କୌଣସି ସଠିକ ତଥ୍ୟ ଦିଆଯାଇ ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 11, 2020, 1:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.