ETV Bharat / state

ହଟସ୍ପଟ ଜୋନରୁ ଆସିଲେ ଅନୁଗୁଳରେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ

ଅନୁଗୁଳରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଯେକୌଣସି କୋରୋନା ହଟସ୍ପଟ୍ ଜିଲ୍ଲା କିମ୍ବା ଅଞ୍ଚଳରୁ ଅନୁଗୁଳ ଆସିବା ଉପରେ କଡା କଟକଣା ଲଗାଯିବା ସହ 14 ଦିନି କ୍ବାରେନଣ୍ଟାଇନ ରହିବା ନିୟମକୁ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 11, 2020, 5:27 PM IST

Updated : Jul 11, 2020, 7:29 PM IST

ବାହାରୁ ଅନୁଗୋଳକୁ ଆସିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତା ମୂଳକ: ଜିଲ୍ଲାପାଳ
ହଟସ୍ପଟ ଜୋନରୁ ଆସିଲେ ଅନୁଗୋଳରୁ 14 ଦିନିଆ କ୍ବାରେନଣ୍ଟିନ ବାଧ୍ୟତାମୂଳକ

ଅନୁଗୁଳ: ଦିନକୁ ଦିନ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ବାହାରୁ ଆସୁଥିବା ଲୋକଙ୍କ ଦ୍ବାରା ଅଧିକ ସଂକ୍ରମଣ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସପ୍ତାହନ୍ତ ସଟଡାଉନ ବି ଜାରି ରହିଛି । ତଥାପି କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଜିଲ୍ଲା ପ୍ରଶାସନର ଚିନ୍ତାକୁ ଦ୍ବିଗୁଣିତ କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଶନିବାର ଆଉ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଯେକୌଣସି କୋରୋନା ହଟସ୍ପଟ୍ ଜିଲ୍ଲା କିମ୍ବା ଅଞ୍ଚଳରୁ ଅନୁଗୁଳ ଆସିବା ଉପରେ କଡା କଟକଣା ଲଗାଯାଇଛି । ଅତି ଜରୁରୀ ପରିସ୍ଥିତିରେ କେହି ଆସିିଲେ 14 ଦିନ କ୍ବାରେନଣ୍ଟାଇନ ରହିବା ନିୟମକୁ ବାଧ୍ୟତାମୂଳକ କରାଯାଇଛି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମାକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି ।

ଅନୁଗୁଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବା ବେଳେ ଅଧିକାଂଶ କୋରୋନା ଶିଳ୍ପସଂସ୍ଥାର କର୍ମଚାରୀ ରହୁଛନ୍ତି । ଶନିବାର ସୁଦ୍ଧା 132 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ ଏଭଳି କଟକଣା ହିଁ ସଂକ୍ରମଣକୁ ରୋକିପାରିବ ବୋଲି ଜନସାଧାରଣ ଆଶା କରୁଛନ୍ତି ।

ପ୍ରକାଶ ଥାଉ କି, ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଅନୁଗୁଳ ଆସୁଥିବା ଲୋକଙ୍କ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ଜାରି କରିଥିଲେ ଜିଲ୍ଲାପାଳ ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 11, 2020, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.