ETV Bharat / state

ଅନୁଗୋଳରୁ ୧୩୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - 131 new corona positive identified

ଅନୁଗୋଳରେ ଥମିବାର ନାଁ ନେଉନି କୋରୋନା । ରବିବାର ପୁଣି ଜିଲ୍ଲାରୁ ଗୋଟିଏ ଦିନରେ ୧୩୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୨୭୯୭ରେ ପହଞ୍ଚିଛି । ଅଧିକ ପଢନ୍ତୁ...

131 new corona positive identified in anugul
ପୁଣି ଅନୁଗୋଳରୁ ୧୩୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Sep 20, 2020, 8:38 PM IST

ଅନୁଗୋଳ: ଅନୁଗୋଳରେ ଥମିବାର ନାଁ ନେଉନି କୋରୋନା । ରବିବାର ପୁଣି ଜିଲ୍ଲାରୁ ଗୋଟିଏ ଦିନରେ ୧୩୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୨୭୯୭ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୩୬ ଜଣ ( ୨୫ଜଣ ପୁରୁଷ ଓ ୧୧ ଜଣ ମହିଳା ), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୫ ଜଣ ( ୧୭ ପୁରୁଷ ଓ ୮ ମହିଳା ), ତାଳଚେର ବ୍ଲକ୍ ଅଞ୍ଚଳରୁ ୨୩ ଜଣ ( ୧୬ ପୁରୁଷ ଓ ୭ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୨ ଜଣ ( ୬ ପୁରୁଷ ଓ ୬ ମହିଳା ), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୧ ଜଣ ( ୯ ପୁରୁଷ ଓ ୨ ମହିଳା ), ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୮ ଜଣ ( ୪ ପୁରୁଷ ଓ ୪ ମହିଳା ), କଣିହାଁ ବ୍ଳକ୍ ଅଞ୍ଚଳରୁ ୬ ଜଣ ( ୪ ପୁରୁଷ ଓ ୨ ମହିଳା ), ପାଳଲହଡା ବ୍ଳକ୍ ଅଞ୍ଚଳରୁ ୬ ଜଣ ( ୪ ପୁରୁଷ ଓ ୨ ମହିଳା ) । ତାଳଚେର ପୌରପାଳିକା ଅଞ୍ଚଳରୁ ୩ ଜଣ ( ୩ ଜଣ ପୁରୁଷ ) ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ୧ ଜଣ ( ୧ ମହିଳା ) ଅଛନ୍ତି ।

131 new corona positive identified in anugul
ପୁଣି ଅନୁଗୋଳରୁ ୧୩୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହୁଥିବା ଅନୁଗୋଳ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।

ଆଜି ଅନୁଗୋଳ ଜିଲ୍ଲାରୁ ୯୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୫ ଜଣ କୋଭିଡ ହସପିଟାଲରୁ ଓ ୫୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.