ETV Bharat / state

ଦିନକରେ ଅନୁଗୋଳରୁ 103 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 30, 2020, 10:21 PM IST

ଗତ 24 ଘଣ୍ଟା ମଧ୍ୟରେ 103 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜିଲ୍ଲାର ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଦିନକରେ ଅନୁଗୋଳରୁ 103 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିନକରେ ଅନୁଗୋଳରୁ 103 କୋରୋନା ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆଜି(ଶୁକ୍ରବାର) 103 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବାହାର ଜିଲ୍ଲାର, କିନ୍ତୁ ସେ ଅନୁଗୋଳରେ ସ୍ବାବ ଟେଷ୍ଟ କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର 821ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜିଲ୍ଲା ପୌରାଞ୍ଚଳରୁ 32, ବଅଁରପାଳରୁ 29, କଣିହାଁରୁ, 14, ତାଳଚେରରୁ 12, ଅନୁଗୋଳ ବ୍ଲକରୁ 7, ଛେଣ୍ଡିପଦାରୁ 3, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳରୁ 3 ଏବଂ ପାଲଲହଡା ବିଜ୍ଞାପିତ ଅଞ୍ଚଳରୁ 3 ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ସ୍ବଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦିନକରେ ଜିଲ୍ଲାରୁ 152 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ଜଣ କୋଭିଡ ହସ୍ପିଟାଲରୁ, 2 ଜଣ କୋଭିଡ କେୟାରରୁ ଓ 135 ଜଣ ହୋମ୍ କ୍ବାରେଣ୍ଟାଇନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.