ETV Bharat / state

ବାର୍ଦ୍ଧକ୍ୟ ଭତ୍ତା ପାଇଁ 10 ବୃଦ୍ଧା ହନ୍ତସନ୍ତ - ଅନୁଗୋଳରେ ବାର୍ଦ୍ଧକ୍ୟ ଭତ୍ତାରେ ୍ବ୍ୟବସ୍ଥା

ପରିଣତ ବୟସରେ ମଧ୍ୟ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଦୌଡୁଛନ୍ତି ବୃଦ୍ଧା । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନୁଗୋଳ ବ୍ଲକ ଶରଧାପୁର ପଞ୍ଚାୟତର ପ୍ରାୟ 10 ବୃଦ୍ଧା ହନ୍ତସନ୍ତ । ଅଧିକ ପଢନ୍ତୁ...

ବାର୍ଦ୍ଧକ୍ୟ ଭତ୍ତା ପାଇଁ 10 ବୃଦ୍ଧା ହନ୍ତସନ୍ତ

author img

By

Published : Oct 15, 2020, 2:03 PM IST

ଅନୁଗୋଳ: ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଶରଧାପୁର ପଞ୍ଚାୟତର ପ୍ରାୟ 10 ବୃଦ୍ଧ । ନିଜ ସମସ୍ୟା ସଂପର୍କରେ ବାରମ୍ବାର ସରପଞ୍ଚକୁ ଅବଗତ କରାଇ ନିରାଶ ହେବା ପରେ ଗୁରୁବାର ବୃଦ୍ଧାମାନେ ଜିଲ୍ଲାପାଳଙ୍କ ନିକଟକୁ ଯାଇ ନିଜ ସମସ୍ୟା ସଂପର୍କରେ ଜଣାଇଥିବା ସୂଚନା ମିଳିଛି ।

ବାର୍ଦ୍ଧକ୍ୟ ଭତ୍ତା ପାଇଁ 10 ବୃଦ୍ଧା ହନ୍ତସନ୍ତ

ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ବ୍ଲକ ଶରଧାପୁର ପଞ୍ଚାୟତର ପ୍ରାୟ 10ରୁ ଅଧିକ ବୃଦ୍ଧ ଓ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନାହିଁ । ଏହି ଅସୁବିଧା ସଂପର୍କରେ ସେମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସରପଞ୍ଚ , ୱାର୍ଡ଼ ମେମ୍ବର ଓ ବ୍ଲକରେ ଆବେଦନ କରିବା ପରେ ମଧ୍ୟ କେହି ତାଙ୍କ କଥା ଶୁଣିନଥିବା ସେମାନେ ଅଭିଯୋଗ କରିଛନ୍ତି । 70 ବର୍ଷ ଓ ତହିଁରୁ ଉର୍ଦ୍ଧ୍ବ ବୃଦ୍ଧାମାନେ ପରିଣତ ବୟସରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଶେଷରେ ବୃଦ୍ଧା ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.