ETV Bharat / sports

Tokyo Olympics: ‘ଦେଶବାସୀଙ୍କ ଆଶା ପୂରଣ କରିଛି’

author img

By

Published : Jul 24, 2021, 3:56 PM IST

ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲମ୍ପିକ୍‌ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ପରେ ସେ କହଛନ୍ତି, ମୁଁ ବହୁତ ଖୁସି କି, ପଦକ ଜିତିପାରିଛି । ସମଗ୍ର ଦେଶ ମୋତେ ଦେଖୁଛି ଓ ସମସ୍ତଙ୍କୁ ମୋ ଠାରୁ ପଦକ ଆଶା ଥିଲା । ଅଧିକ ପଢନ୍ତୁ...

WAS DETERMINED TO GIVE MY BEST 2016 OLYMPICS PROVED TO BE A LEARNING CURVE MIRABAI CHANU
Tokyo Olympics: ଦେଶବାସୀଙ୍କ ଭରଷାକୁ ସଠିକ ପ୍ରମାଣିତ କରିଛି-ମୀରାବାଇ ଚାନୁ

ଟୋକିଓ: ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲମ୍ପିକ୍‌ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି । ଏହି ସଫଳତା ପରେ ପ୍ରତି ଭାରତୀୟଙ୍କ ପାଖରୁ ତାଙ୍କୁ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶ୍ବର 3 ନମ୍ବର ସ୍ଥାନରେ ଥିବା ଭାରୋତ୍ତୋଳନକାରୀ ମୀରାବାଇ ସ୍ନେଚ୍‌ରେ 87 କିଲୋଗ୍ରାମ, କ୍ଳିନ ଓ ଜର୍କ 115 କିଲୋଗ୍ରାମ ସହ ମୋଟ 202 କିଲୋଗ୍ରାମ ଭାର ଉଠାଇଛନ୍ତି ।

ଏହି ଐତିହାସିକ ସଫଳତା ହାସଲ ପରେ ମୀରାବାଇ ଗଣମାଧ୍ୟମକୁ କହିଛନ୍ତି, "ମୁଁ ବହୁତ ଖୁସି କି, ପଦକ ଜିତିପାରିଛି । ସମଗ୍ର ଦେଶ ମୋତେ ଦେଖୁଛି ଓ ସମସ୍ତଙ୍କୁ ମୋ ଠାରୁ ପଦକ ଆଶା ଥିଲା । ମୁଁ ସାମାନ୍ୟ ବିଚଳିତ ହୋଇଯାଇଥିଲି ମାତ୍ର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପଣ କରିଥିଲି । 2016ର ମୋର ପ୍ରଦର୍ଶନ ଭଲ ରହନଥିଲା କିନ୍ତୁ ପରାଜୟରୁ ଏକ ଉଚିତ ଶିକ୍ଷା ମିଳିଥିଲା ଓ କେଉଁଠି ସୁଧାର କରିବାକୁ ଜରୁରୀ ଥିଲା ମୋତେ ଜଣାଥିଲା । ଏଥିପାଇଁ ବାସ୍ତବରେ ମୁଁ କଠିନ ପରିଶ୍ରମ କରିଥିଲି ।"

2000 ସିଡନୀ ଅଲମ୍ପିକରେ କର୍ଣ୍ଣମ ମାଲେଶ୍ବରୀ 69 କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଥିଲେ । ଏହାପରେ ଏହି ଖେଳରେ ମୀରାବାଇ ଦେଶକୁ ଦ୍ବିତୀୟ ପଦକ ଦେଇଛନ୍ତି ।

ଅଲମ୍ପିକରେ ରୌପ୍ୟ ପଦକ ସହିତ ମୀରାବାଇ, ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ ଚମ୍ପିଆନସିପ ଓ ବିଶ୍ବ ଚମ୍ପିଆନସିପରେ ମଧ୍ୟ ପଦକ ବିଜୟିନୀ ରହିଛନ୍ତି ।

ମୀରାବାଇ କହିଛନ୍ତି, "ଯେବେ ମୁଁ ଭାରତ ପହଞ୍ଚିବି, ସିଧା ନିଜ ଘରକୁ ଯିବି, ବହୁତ ସମୟ ହେଲା ଘରକୁ ଯାଇନାହିଁ । 1-2 ବର୍ଷରୁ ଅଧିକ ସମୟ ହୋଇଗଲାଣି, ନିଜର ପରିବାର ସହ କିଛି ସମୟ ବିତାଇବାକୁ ଚାହୁଁଛି । ମାତ୍ର ଆଜି ମୁଁ ପାର୍ଟି କରିବି (ହସିବା ସହ) ।"

ସ୍ବର୍ଣ୍ଣ ପଦକ ହାସଲ କରିପାରିଥାନ୍ତେ ଏପରି ପ୍ରଶ୍ନର ଉତ୍ତରରେ ଚାନୁ କହିଛନ୍ତି, ମୁଁ ସ୍ବର୍ଣ୍ଣ ପଦକ ଜିତିବାକୁ ସଂପୂର୍ଣ୍ଣ ପ୍ରୟାସ କରିଥିଲି, ମୁଁ ସ୍ବର୍ଣ୍ଣ ଜିତିବାକୁ ସକ୍ଷମ ନଥିଲି, ତଥାପି ବାସ୍ତବରେ ପ୍ରୟାସ କରିଥିଲି । ଯେବେ ମୁଁ ଦ୍ବିତୀୟ ଲିପ୍ଟ (ଉଠାଇଥିଲି), ସେବେ ମୋତେ ପ୍ରତୀତ ହୋଇଥିଲା ଯେ ଏକ ପଦକ ନିଶ୍ଚୟ ମୁଁ ଜିତିପାରିବି ।"

ମୀରାବାଇ ସ୍ନେଚ୍‌ରେ ନିଜର ପ୍ରଥମ ପ୍ରୟାସରେ 84 କିଲୋଗ୍ରାମ ଭାର ଉଠାଇ ଆରମ୍ଭ କରିଥିଲେ । ପରେ ଦ୍ବିତୀୟ ପ୍ରୟାସରେ 87 କିଲୋଗ୍ରାମ ଭାର ଉଠାଇ ଅଧିକ ଭଲ ପ୍ରଦର୍ଶନ କରିଥିଲେ । ଶେଷ ପ୍ରୟାସରେ 89 କିଲୋଗ୍ରାମ ଉଠାଇ ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.