ETV Bharat / sports

ଆଜିଠୁ ଆରମ୍ଭ Tokyo Paralympics, ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ - ଆଜିଠୁ ଆରମ୍ଭ Tokyo Paralympics

ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେଉଛି ଟୋକିଓ ପାରାଅଲିମ୍ପିକ୍ସ । ଏଥିରେ ୧୬୩ଟି ଦେଶରୁ ପ୍ରାୟ ୪୫୩୭ ଆଥଲେଟ ଭାଗ ନେବେ । ଅଧିକ ପଢନ୍ତୁ...

ଆଜିଠୁ ଆରମ୍ଭ Tokyo Paralympics
ଆଜିଠୁ ଆରମ୍ଭ Tokyo Paralympics
author img

By

Published : Aug 24, 2021, 7:13 AM IST

ଟୋକିଓ: କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ପରେ ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେଉଛି ଟୋକିଓ ପାରାଅଲିମ୍ପିକ୍ସ । ଏଥିରେ ୧୬୩ଟି ଦେଶରୁ ପ୍ରାୟ ୪୫୩୭ ଆଥଲେଟ ଭାଗ ନେବେ । ୨୨ଟି କ୍ରୀଡାର ୫୩୯ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ କ୍ରୀଡାବିତ । ପାରାଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

ପାରାଅଲିମ୍ପିକ୍ସରେ ଭାରତରୁ ସବୁଠାରୁ ଅଧିକ ୫୪ ଜଣ ଆଥଲେଟ ଭାଗ ନେଇଛନ୍ତି । ଏଥର ଭାରତ ଅଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ଭାରତୀୟ ପାରଅଲିମ୍ପିକ୍ସ ଦଳରେ ଜାଭଲିନ ଥ୍ରୋଓର ଦେବେନ୍ଦ୍ର ଝାଝାରିଆ ଓ ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ଭଳି ଷ୍ଟାର ଆଥଲେଟ ରହିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସର ଏହି ଦୁଇ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ନେତୃତ୍ବ ନେବେ । ଭାରତ ଅତିକମରେ ୧୫ଟି ପଦକ ଜିତିବାକୁ ଆଶା ରଖିଛି ।

ଆଜିଠାରୁ ସେପ୍ଟମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଓ ପାରାଅଲିମ୍ପିକ୍ସ । ଅଗଷ୍ଟ ୨୭ରୁ ଭାରତ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ତାର ଅଭିଯାନ ଆରମ୍ଭ କରିବ । କୋଭିଡ ମହାମାରୀ ପାଇଁ କଡା ସୁରକ୍ଷା ଭିତରେ ଆୟୋଜିତ ହୋଇଛି ପାରାଅଲିମ୍ପିକ୍ସ ।

ପ୍ରକାଶ ଥାଉ କି, ୧୯୭୨ରେ ଭାରତ ପ୍ରଥମ ଥର ପାଇଁ ପାରାଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲା । ଇତିହାସରେ ମୋଟ ୧୨ଟି ପଦକ ଜିତିଛି । ୨୦୧୬ରେ ଭାରତ ୪ଟି ପଦକ ଜିତି ୪୬ତମ ସ୍ଥାନରେ ରହିଥିଲା । ଯାହା ଭାରତର ଶ୍ରେଷ୍ଠ ସଫଳତା ରହିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.