ନୂଆଦିଲ୍ଲୀ: ଅଗଷ୍ଟ ୨୪ରୁ ଅନୁଷ୍ଠିତ ହେବ ଟୋକିଓ ପାରାଅଲିମ୍ପିକ୍ସ । ଆସନ୍ତା ଅଗଷ୍ଟ ୧୭ ତାରିଖରେ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ପାରାଅଲିମ୍ପିକ୍ସ ଆଥଲେଟଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଟୋକିଓ ପାରାଅଲିମ୍ପିକ୍ସ ।
ଭାରତ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ତାର ଅଭିଯାନ ଆରମ୍ଭ କରିବ । ଏଥର ୯ଟି ବିଭାଗରେ ୫୪ ପାରାଆଥଲେଟ ଟୋକିଓ ୨୦୨୦ ପାରାଅଲିମ୍ପିକ୍ସ ଗେମ୍ସରେ ଭାଗ ନେଇଛନ୍ତି । ପୂର୍ବରୁ ଏହି ସପ୍ତାହରେ କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଥିଲେ ଟୋକିଓ ପାରାଅଲିମ୍ପିକ୍ସରେ ମେଡାଲ ବିଜେତାଙ୍କୁ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯିବ ।
ଜୁଲାଇରେ ଟୋକିଓ ଅଲିମ୍ପିକ୍ସରୁ ସମ୍ଭାବ୍ୟ ପଦକ ବିଜେତାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ MYAS ପୁରସ୍କାର ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଯୋଜନା କରିଥିଲା । ଅନୁରାଗ ଠାକୁର କହିଛନ୍ତି ଯେ ସେମାନେ ଆଗାମୀ ପାରାଲିମ୍ପିକ୍ସରେ ମଧ୍ୟ ଏକ ଭଲ ପ୍ରଦର୍ଶନ ଆଶା କରୁଛନ୍ତି, ଯେପରି ଭାରତୀୟ କଣ୍ଟିଜେଣ୍ଟ ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ (1ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, 3ଟି ବ୍ରୋଞ୍ଜ) ଜିତିଥିଲେ ।
ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ଆଥଲେଟଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେମାନଙ୍କ ପ୍ରେରଣାଦାୟୀ ଯାତ୍ରା ବିଷୟରେ କଥା ହେବା ସହିତ ସେମାନଙ୍କୁ ଶୁଭକାମନା ଜଣାଇଥିଲେ । ଏହା ବ୍ୟତୀତ ଦେଶକୁ ଆଗକୁ ଆସି ଖେଳାଳିମାନଙ୍କୁ ହୃଦୟରୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।
@ANI