ETV Bharat / sports

Tokyo Paralympics; ପାରା ଟେବୁଲ ଟେନିସ କ୍ବାର୍ଟର ଫାଇନାଲରେ ଭାବିନା

author img

By

Published : Aug 27, 2021, 11:51 AM IST

ଆଜି(ଶୁକ୍ରବାର) ଭାରତର ପାରା ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ 16ତମ ମ୍ୟାଚର 4 ରାଉଣ୍ଡ ପରାସ୍ତ କରିଛନ୍ତି । ଏହା ସହିତ ସେ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପାରା ଟେବୁଲ ଟେନିସ କ୍ବାର୍ଟଫାଇନାଲରେ ଭାବିନା
ପାରା ଟେବୁଲ ଟେନିସ କ୍ବାର୍ଟଫାଇନାଲରେ ଭାବିନା

ଟୋକିଓ: ପାରା ଟେବୁଲ ଟେନିସରେ ଭାବିନାଙ୍କର ଦମଦାର ପ୍ରଦର୍ଶନ । ଆଜି(ଶୁକ୍ରବାର)ଭାରତର ପାରା ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ 16ତମ ମ୍ୟାଚର 4 ରାଉଣ୍ଡ ପରାସ୍ତ କରିଛନ୍ତି । ଏହା ସହିତ ସେ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଭାବିନା ତିନୋଟି ସିଧାସଳଖ ସେଟରେ 3-0 (12-10, 13-11, 11-6)ରେ ଜୋଏସଙ୍କୁ ପରାସ୍ତ କରିଛନ୍ତି । ଜୋଏସ୍ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ । ଭାବିନା ପଏଣ୍ଟ ବଞ୍ଚାଇବାକୁ ପ୍ରଥମ ସେଟ୍ 12-10 ପଏଣ୍ଟ ସହିତ କମବ୍ୟାକ କରିଥିଲେ ।

ଭାରତୀୟ ପ୍ୟାଡଲର ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ବ୍ରାଜିଲ ବିପକ୍ଷରେ ଦ୍ବିତୀୟ ଖେଳ 13-11ରେ ହାତେଇଥିଲେ । ଭାବିନା 7-10 ସ୍କୋର ସହିତ ଖେଳକୁ 13-11 ସିଲ୍ କରିବା କରିବା ସହିତ ସମସ୍ତ ତିନୋଟି ପଏଣ୍ଟକୁ ବଞ୍ଚାଇଥିଲେ । ତୃତୀୟ ପର୍ଯ୍ୟାୟରେ 0-3 ସହ କମବ୍ୟାକ କରି 11-6 ଖେଳକୁ ସିଲ୍ କରି 3-0 ବିଜୟ ସହ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଏହା ପୂର୍ବରୁ ଗ୍ରେଟ ବ୍ରିଟନ ପେଡଲରଙ୍କୁ ୩-୧ରେ ମାତ୍ ଦେଇଥିଲେ । ଭାରତୀୟ ପେଡଲର ଓ ଶାକ୍ଲେଟନଙ୍କ ମଧ୍ୟରେ ୪୧ ମିନିଟ ଧରି ଚାଲିଥିବା ମ୍ୟାଚରେ ୪ଟି ସେଟ ଖେଳାଯାଇଥିଲା । ୪ଟି ସେଟରୁ ୩ଟି ସେଟରେ ବିଜୟ ହାସଲ କରିଥିଲେ ଭାବିନା । ପ୍ରଥମ ସେଟକୁ ୧୧-୭ରେ ବିଜୟ ହାସଲ କରିଥିଲେ ଭାବିନା ।

ବିଶ୍ବର ୧୨ ନମ୍ବର ରାଙ୍କିଂରେ ଥିବା ଭାବିନା କର ବା ମର ମ୍ୟାଚରେ ବିଶ୍ବର ୯ ନମ୍ବର ରାଙ୍କିଂରେ ଥିବା ମେଗାନ ଶାକ୍ଲେଟନଙ୍କୁ ଆରମ୍ଭରୁ ହିଁ ବଡ଼ ସଟ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.