ETV Bharat / sports

୧୯ ପଦକ ସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ

author img

By

Published : Sep 5, 2021, 3:54 PM IST

ଟୋକିଓ ପାରାଲମ୍ପିକ୍‌ରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ । ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ସହିତ ମୋଟ ୧୯ଟି ପଦକ ସହ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

Tokyo Paralympics: India finishes 24th with record 19 medals
ରେକର୍ଡ ୧୯ ପଦକ ସହ ଟୋକିଓ ପାରାଲମ୍ପିକ୍‌ରେ ଭାରତର ଅଭିଯାନ ଶେଷ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲମ୍ପିକ୍‌ ଖେଳ ୨୦୨୦ରେ ଭାରତର ଅଭିଯାନ ଶେଷ ହୋଇଛି । ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଭାରତ । ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ସହିତ ମୋଟ ୧୯ଟି ପଦକ ସହ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ୯ଟି ଭିନ୍ନ ଖେଳରେ ଭାରତ ସର୍ବାଧିକ ୫୪ ପାରା-ଆଥଲେଟ ବିଶିଷ୍ଟ ଟିମ ପଠାଇଥିଲା । ବ୍ୟାଡମିଣ୍ଟନ ଓ ତାଇକୋଣ୍ଡୋ ଖେଳ ଟୋକିଓରେ ଡେବ୍ୟୁ କରିଥିଲା । ଉଭୟ ଖେଳରେ ଭାରତ ପ୍ରତିନିଧିତ୍ବ କରିଥିଲା ।

ବର୍ଷ ୧୯୬୮ ପ୍ରଥମ ଥର ଭାରତର ପାରାଲମ୍ପିକ୍‌ ଅଂଶଗ୍ରହଣ ପରଠାରୁ ୨୦୧୬ ରିଓ ପାରାଲମ୍ପିକ ସଂସ୍କରଣ ପର୍ଯ୍ୟନ୍ତ ଭାରତ ମୋଟ ୧୨ଟି ପଦକ ଜିତିପାରିଥିଲା । ତେବେ ଟୋକିଓ ପାରାଲମ୍ପିକ୍‌ ୨୦୨୦ରେ ସମସ୍ତ ସଂସ୍କରଣ ଠାରୁ ଏକାକୀ ୭ଟି ପଦକ ଅଧିକ ହାସଲ କରିପାରିଛି ଭାରତ । ଫଳରେ ଏହା ପାରାଆଥଲେଟ୍‌ଙ୍କ ଐତିହାସିକ ପ୍ରଦର୍ଶନ ।

ମୋଟ ୧୬୨ଟି ଦେଶ ଏହି ସଂସ୍କରଣର ପାରାଲମ୍ପିକ୍‌ରେ ଅଂଶଗ୍ରହଣ କରିଥିଲେ ଓ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ସ୍ବର୍ଣ୍ଣ ବିଜେତା:

  • ଅବନୀ ଲେଖାରା(ମହିଳା ୧୦୦ ମିଟର ଏୟାର ରାଇଫଲ SH୧)
  • ପ୍ରମୋଦ ଭଗତ(ବ୍ୟାଡମିଣ୍ଟନ- ପୁରୁଷ ଏକକ SL୩)
  • କ୍ରୀଷ୍ଣା ନାଗର(ବ୍ୟାଡମିଣ୍ଟନ- ପୁରୁଷ ଏକକ SH୬)
  • ସୁମିତ ଅଣ୍ଟିଲ(ଜାଭେଲିନ୍‌ ଥ୍ରୋ F୬୪)
  • ମନୀଷ ନରୱାଲ(ମିଶ୍ରିତ ୫୦ ମିଟର ପିସ୍ତଲ SH୧)

ରୌପ୍ୟ ବିଜେତା:

  • ଭାବିନାବେନ ପଟେଲ(ମହିଳା ଏକକ କ୍ଳାସ୍‌ ୪ ଟେବୁଲ ଟେନିସ)
  • ସିଙ୍ଘରାଜ ଅଦାନା(ମିଶ୍ରିତ ୫୦ ମିଟର ପିସ୍ତଲ SH୧)
  • ଯୋଗେଶ କାଠୁନିଆ(ପୁରୁଷ ଡିସକସ୍‌ F୫୬)
  • ନିସାଦ କୁମାର(ପୁରୁଷ ହାଇ ଜମ୍ପ୍‌ T୪୭)
  • ମାରିୟାପ୍ପନ ଥାଙ୍ଗାଭେଲୁ(ପୁରୁଷ ହାଇ ଜମ୍ପ୍‌ T୬୩)
  • ପ୍ରବୀଣ କୁମାର(ପୁରୁଷ ହାଇ ଜମ୍ପ୍‌ T୬୪)
  • ଦେବେନ୍ଦ୍ର ଝାଝାରିୟା(ପୁରୁଷ ଜାଭେଲିନ F୪୬)
  • ସୁହାସ ୟାଥିରାଜ(ପୁରୁଷ ଏକକ ବ୍ୟାଡମିଣ୍ଟନ SL୪)

କାଂସ୍ୟ ପଦକ ବିଜେତା:

  • ଅବନୀ ଲେଖାରା(ମହିଳା ୫୦ ମିଟର ରାଇଫଲ ୩ ପୋଜିସନ ପିସ୍ତଲ SH୧)
  • ହରବିନ୍ଦର ସିଂହ(ପୁରୁଷ ବ୍ୟକ୍ତିଗତ ରିକର୍ଭ ତୀରନ୍ଦାଜ)
  • ସରଦ କୁମାର(ପୁରୁଷ ହାଇ ଜମ୍ପ୍‌ T୬୩)
  • ସୁନ୍ଦର ସିଂହ ଗୁରଜର(ପୁରୁଷ ଜାଭେଲିନ ଥ୍ରୋ F୪୬)
  • ମନୋଜ ସରକାର(ପୁରୁଷ ଏକକ ବ୍ୟାଡମିଣ୍ଟନ SL୩)
  • ସିଙ୍ଘରାଜ ଅଦାନା(ପୁରୁଷ ୧୦ ମିଟର ଏୟାର ପିସ୍ତଲ SH୧)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.