ETV Bharat / sports

Tokyo Olympics: ସେମିରେ ହାରିଲେ ଦୀପକ, କାଂସ୍ୟ ପାଇଁ ହେବ ଲଢ଼େଇ - ଟୋକିଓ ଅଲମ୍ପିକ୍‌

ଭାରତୀୟ କୁସ୍ତି ଯୋଦ୍ଧା ଦୀପକ ପୁନିଆ ୮୬ କିଗ୍ରା ଫ୍ରିଷ୍ଟାଇଲ ବର୍ଗ ସେମି ଫାଇନାଲରେ ପରାଜିତ । କାଂସ୍ୟ ପାଇଁ କରିବେ ମୁକାବିଲା । ଅଧିକ ପଢ଼ନ୍ତୁ...

Tokyo Olympics: Wrestler Deepak Punia loses semi-final bout to David Taylor
Tokyo Olympics: ସେମି ହାରିଲେ ଦୀପକ ପୁନିଆ, କାଂସ୍ୟ ପାଇଁ ହେବ ଲଢ଼େଇ
author img

By

Published : Aug 4, 2021, 6:34 PM IST

ଟୋକିଓ: ଭାରତୀୟ କୁସ୍ତି ଯୋଦ୍ଧା ଦୀପକ ପୁନିଆ ୮୬ କିଗ୍ରା ଫ୍ରିଷ୍ଟାଇଲ ବର୍ଗ ଅଲମ୍ପିକ ସେମି ଫାଇନାଲରେ ୧୦-୦ ରେ ପରାଜିତ ହୋଇଛନ୍ତି । ଆମେରିକାର ଡେଭିଡ ଟେଲର ପୁନିଆଙ୍କୁ ପରାସ୍ତ କରିଛନ୍ତି ।

ଗୁରୁବାର ଟେଲର ସ୍ବର୍ଣ୍ଣ କିମ୍ବା ରୌପ୍ୟ ପାଇଁ ପ୍ରତିଯୋଗିତା କରିବାକୁ ଥିବାବେଳେ ପୁନିଆ କାଂସ୍ୟ ପଦକ ପାଇଁ ମୁକାବିଲା କରିବେ । ବୁଧବାର ଖେଳାଯାଇଥିବା ମ୍ୟାଚରେ ଟେଲର ପୁନିଆଙ୍କୁ ସହଜରେ ପରାଜିତ କରିଥିଲେ ।

ତେବେ ବୁଧବାର ୫୭ କିଗ୍ରା ବର୍ଗରେ ଖେଳାଯାଇଥିବା ସେମି ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ରବି ଦହିୟା ବିଜୟୀ ହୋଇଛନ୍ତି । କାଜକସ୍ତାନର ନୁରିସ୍ଲାମ ସାନାୟେଭଙ୍କୁ ପରାସ୍ତ କରିଛନ୍ତି ଦହିୟା ।

ଗୁରୁବାର ରବି ଫାଇନାଲ ମ୍ୟାଚରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ । ୨୦୧୨ରେ ସୁଶୀଲ କୁମାରଙ୍କ ପରେ ପ୍ରଥମ ଥର ପାଇଁ ଭାରତୀୟ କୁସ୍ତିଯୋଦ୍ଧା ଭାବେ ଫାଇନାଲ ଖେଳିବେ ରବି । ପ୍ରଥମ ପିରିୟଡରେ ରବି ୨-୧ ରେ ଆଗୁଆ ରହିଥିଲେ, ଆଉ ଦ୍ବିତୀୟ ପିରିୟଡରେ ଚାପ ସାନାୟେଭଙ୍କ ଉପରେ ରହିଥିଲା । ତେବେ ସେ ପୁଣି କମବ୍ୟାକ କରିଥିଲେ କିନ୍ତୁ ଦହିୟା ମ୍ୟାଚ ନିଜ ନାଁ ରେ କରନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.