ETV Bharat / sports

Tokyo Olympics: ଅଲମ୍ପିକରୁ ବାଦ୍‌ ପରେ ଅତନୁ କହିଲେ 'Sorry India'

author img

By

Published : Jul 31, 2021, 2:50 PM IST

ଫୁରୁକାୱା ପ୍ରି-କ୍ବାର୍ଟର ମ୍ୟାଚର ନିର୍ଣ୍ଣାୟକ ସେଟ୍‌ରେ ଅତନୁଙ୍କୁ ହରାଇ ପୁରୁଷ ବ୍ୟକ୍ତିଗତ ବର୍ଗର କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲେ । ଅଧିକ ପଢନ୍ତୁ...

vTokyo Olympics: Sorry India couldn't bring glory in this Olympics, says Atanu Das
Tokyo Olympics: ଅଲମ୍ପିକରୁ ବାଦ୍‌ ପରେ ଅତନୁ କହିଲେ 'Sorry India'

ଟୋକିଓ: ଚଳିତ ଅଲମ୍ପିକ୍‌ରୁ ବାଦ ପଡିବା ପରେ ଭାରତୀୟ ତୀରନ୍ଦାଜ ତାରକା ଅତନୁ ଦାସ ପଦକ ଜିତିନପାରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଶନିବାର ୟୁମେନୋସିମା ପାର୍କରେ ଖେଳାଯାଇଥିବା 1/୮ ଏଲିମିନେସନ ରାଉଣ୍ଡରେ ଜାପାନର ତାକାହାରୁ ଫୁରୁକାୱାଙ୍କ ଠାରୁ ପୁରୁଷ ବ୍ୟକ୍ତିଗତ ବର୍ଗ ଇଭେଣ୍ଟରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାର ହୋଇଥିଲେ ।

ଏହାପରେ ଅତନୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି, "Sorry INDIA, ଏହି ଅଲମ୍ପିକରେ ସଫଳ ହୋଇପାରିଲିନି । ଏବେ ପର୍ଯ୍ୟନ୍ତ ଭାରତ ଭଲ ସ୍ଥିତିରେ ରହିଛି, ଆଗକୁ ବଢିବାକୁ ହେବ, ଜୟ ହିନ୍ଦ୍‌ ।"

ଫୁରୁକାୱା ପ୍ରି-କ୍ବାର୍ଟର ମ୍ୟାଚର ନିର୍ଣ୍ଣାୟକ ସେଟ୍‌ରେ ଅତନୁଙ୍କୁ ହରାଇ ପୁରୁଷ ବ୍ୟକ୍ତିଗତ ବର୍ଗର କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲେ । ଅନ୍ୟତମ ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ଦକ୍ଷିଣ କୋରିଆ ଖେଳାଳି ଅନ ସାନଙ୍କ ଠାରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.