ETV Bharat / sports

Olympics: ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ, ଶୁଭେଚ୍ଛା ଜଣାଇଲେ PM - ଆଜିର ଅଲମ୍ପିକ ନ୍ୟୁଜ

ଟୋକିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ବିଜୟିନୀ ମୀରାବାଇଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Tokyo Olympics: PM Modi Congratulates Mirabai Chanu for winning Silver medal in weightlifting
Olympics: ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Jul 24, 2021, 12:56 PM IST

ଟୋକିଓ: ଟୋକିଓ ଅଲମ୍ପିକ୍‌ରେ ଭାରତକୁ ପ୍ରଥମ ପଦକ ଦେଲେ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ । ଶନିବାର ଟୋକିଓ ଅଲମ୍ପିକ୍‌ର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ରୋପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲମ୍ପିକରେ ଏହା ଭାରତର ପ୍ରଥମ ପଦକ ହୋଇଛି । ଏହାପରେ ଦେଶତମାମ ଏକ ନିଆରା ଉତ୍ସାହ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଟ୍ବିଟ ଯୋଗେଁ ମୀରାବାଇଙ୍କ ଉଦ୍ଦେଶ୍ୟ ମୋଦି ଲେଖିଛନ୍ତି, "ତାଙ୍କର ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା ହେବ । ଖୁସିର ସହ ଟୋକିଓ 2020 ଅଭିଯାନ ଆରମ୍ଭ ।"

ମାନ୍ୟତାର ଦ୍ବିତୀୟରେ ଥିବା ଭାରତୀୟ ଭାରୋତ୍ତୋଳନ ଷ୍ଟାର ନିର୍ଣ୍ଣାୟକ ମ୍ୟାଚରେ 110 କିଲୋଗ୍ରାମ ଭାରକୁ ପ୍ରଥମ କ୍ଲିନ ଓ ଜର୍କରେ ସଫଳତାର ସହ ଉଠାଇ ଦ୍ବିତୀୟ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ମଣିପୁରୀ ଷ୍ଟାର ଶେଷ ପ୍ରୟାସରେ 115 କିଲୋଗ୍ରାମ ଭାର ଉଠାଇଥିଲେ ମଧ୍ୟ ଅଲମ୍ପିକ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । 87 କିଲୋଗ୍ରାମ, କ୍ଳିନ ଓ ଜର୍କ 115 କିଲୋଗ୍ରାମ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.