ଟୋକିଓ: ବିଶ୍ବର ଏକ ନମ୍ବର ଟିମ ନେଦରଲାଣ୍ଡ ଶନିବାର ଭାରତୀୟ ମହିଳା ହକି ଚିମକୁ ପୁଲ-A ମ୍ୟାଚରେ ୫-୧ ଗୋଲରେ ପରାସ୍ତ କରିଛି । ମ୍ୟାଚ ଆରମ୍ଭରୁ ହିଁ ନେଦରଲାଣ୍ଡ ଏହାର ପ୍ରଭାବ ଦେଖାଇଥିଲା ଓ ଖେଳର ପ୍ରାରମ୍ଭିକ ୬ ମିନିଟରେ ହିଁ ଗୋଟିଏ ଗୋଲର ଲିଡ ନେଇଥିଲା । ଏହି ଗୋଲ ଫେଲିସ ଅଲବର୍ସ କରିଥିଲେ ।
ପ୍ରଥମ କ୍ବାର୍ଟରରେ ଭାରତ ମଧ୍ୟ ଜୋର ଲଗାଇ ସ୍କୋର ବରାବର କରିନେଇଥିଲା । ଭାରତୀୟ ଅଧିନାୟକ ରାନୀ ରାମପାଲ ଫିଲ୍ଡ ଗୋଲ କରିଥିଲେ । ଏହି ଗୋଲ ୧୦ମ ମିନିଟରେ ହୋଇଥିଲା ।
ଦ୍ବିତୀୟ କ୍ବାର୍ଟରେ ଗୋଟିଏ ବି ଗୋଲ ହୋଇନଥିଲା । ଭାରତ ନେଦରଲାଣ୍ଡକୁ ଅଟକାଇବାରେ ସଫଳ ଦେଖାଯାଉଥିଲା । କିନ୍ତୁ ତୃତୀୟ କ୍ବାର୍ଟରରେ ୩୩ତମ ମିନିଟରେ ମାର୍ଗେଟ ଗିଫିନି ପେନାଲ୍ଟି କର୍ନରକୁ ଗୋଲରେ ପରିବର୍ତ୍ତିତ କରିଥିଲେ ଓ ନେଦରଲାଣ୍ଡ ୨-୧ରେ ଆଗୁଆ ହୋଇଥିଲା ।
ଏହାପରେ ଭାରତ ପକ୍ଷରୁ କିଛି ଟା ଭୁଲ ମଧ୍ୟ ହୋଇଥିଲା, ଯାହାର ଲାଭ ଉଠାଇ ନେଦରଲାଣ୍ଡ ଆଉ ତିନି ଗୋଲ କରି ସ୍କୋର ୫-୧ରେ ପହଁଞ୍ଚାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ