ETV Bharat / sports

Olympics: ଟେନିସ-ଦ୍ବିତୀୟ ରାଉଣ୍ଡରେ ନାଓମି ଓସାକା

author img

By

Published : Jul 25, 2021, 12:00 PM IST

ଅଷ୍ଟ୍ରେଲିଆନ ଓପନ ଚମ୍ପିଆନ ନାଓମି ଓସାକା ରବିବାର ଟୋକିଓ ଅଲମ୍ପିକ୍‌ର ମହିଳା ଟେନିସ ଏକକ ଇଭେଣ୍ଟରେ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics: Naomi Osaka enters second round
Olympics: ଟେନିସ- ଦ୍ବିତୀୟ ରାଉଣ୍ଡରେ ନାଓମି ଓସାକା

ଟୋକିଓ: ଅଷ୍ଟ୍ରେଲିଆନ ଓପନ ଚମ୍ପିଆନ ନାଓମି ଓସାକା ରବିବାର ଟୋକିଓ ଅଲମ୍ପିକ୍‌ର ମହିଳା ଟେନିସ୍‌ ଏକକ ଇଭେଣ୍ଟରେ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଆରିଏକେ ଟେନିସ ସେଣ୍ଟର କୋର୍ଟରେ ଚାଇନାର ସାଇସାଇ ଝେଙ୍ଗ୍‌ଙ୍କଙ୍କୁ ୬-୧, ୬-୪ ସେଟ୍‌ରେ ହରାଇଛନ୍ତି ଓସାକା ।

୨୩ବର୍ଷୀୟ ଓସାକା ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳଥିଲେ ଓ ପ୍ରଥମ ସେଟ୍‌କୁ ୬-୧ରେ ଏକତରଫା ଜିତିନେଇଥିଲେ । ଏହାପରେ ଚାଇନିଜ ପ୍ରତିପକ୍ଷଙ୍କୁ କୌଣସି ସୁଯୋଗ ଦେଇନଥିଲେ ଓସାକା । ଦ୍ବିତୀୟ ସେଟ୍‌କୁ ମଧ୍ୟ ୬-୪ରେ କବ୍ଜା କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଅନ୍ୟପଟେ ୱିମ୍ବଲଡନ ୨୦୧ ଚମ୍ପିଆନ ଆସଲେ ବାର୍ଟି ମହିଳା ଏକକ ଇଭେଣ୍ଟରୁ ପରାଜୟ ସହ ବିଦାୟ ନେଇଛନ୍ତି । ସ୍ପେନର ସାରା ସୋରିବସ ଟୋର୍ମୋ ବାର୍ଟିଙ୍କୁ ୬-୪, ୬-୩ ସିଧାସଳଖ ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏକ ଘଣ୍ଟା ୩୪ ମିନିଟ ଧରି ଏହି ମ୍ୟାଚ ଖେଳାଯାଇଥିଲା ।

ନିକଟରେ ଓସାକାଙ୍କୁ ନେଇ ବିଶ୍ବ କ୍ରୀଡାଜଗତରେ ବିବାଦ ଦେଖାଦେଇଥିଲା । ଫ୍ରେଞ୍ଚ ଓପନ ପ୍ରଥମ ରାଉଣ୍ଡ ମ୍ୟାଚ ଜିତିବା ପରେ ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇନଥିଲେ ଓସାକା । ମାନସିକ ସ୍ଥିତି ଓ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ । ତେବେ ଆୟୋଜକ ତାଙ୍କ ଉପରେ ଜୋରିମାନା ଲଗାଇବା ସହ ଆଗରୁ ଏପରି କଲେ ବାସନ୍ଦାଦେଶର ଚେତାବନୀ ଦେଇଥିଲେ ।

ପରେ ପ୍ରଥମ ରାଉଣ୍ଡରେ ବିଜୟ ସତ୍ତ୍ବେ ସେ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଥିଲେ ଓ ନିଜ ଦେଶ ଜାପାନ ଅଲମ୍ପିକ ଆୟୋଜନ କରୁଥିବାରୁ ଅଲମ୍ପିକରେ ଅଂଶଗ୍ରହଣ କରିବେ ବୋଲି ସେବେ ସ୍ପଷ୍ଟ କରିଥିଲେ । ଓସାକାଙ୍କ ନିଷ୍ପତିକୁ ନେଇ କ୍ରୀଡା ଜଗତ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା । ମାନସିକ ସ୍ଥିତିରୁ ପ୍ରାଥମିକତା ଆଧାରରେ ସାମ୍ବାଦିକ ସମ୍ମିଳନୀକୁ ବୟକଟ କରିବା ନିଷ୍ପତ୍ତିକୁ ବିଶ୍ବର କିଛି ଶ୍ରେଷ୍ଠ କ୍ରୀଡାବିତ ସମର୍ଥନ କରିଥିଲେ ଆଉ କିଛି ନାପସନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.