ETV Bharat / sports

Tokyo Olympics: ଅଲମ୍ପିକ୍ ଆକାଶରେ ବାତ୍ୟା ବିପଦ - ଟାଇଫୁନ ଆସିବା ନେଇ ପୂର୍ବାନୁମାନ

ଟୋକିଓ ଅଲମ୍ପିକ୍ସ ଆକାଶରେ ଝଡ-ତୋଫାନ ବିପଦ । ମଙ୍ଗଳବାର ସକାଳେ ଏକ typhoon ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଯାହାକି ଖେଳର କିଛି ଅଂଶରେ ପ୍ରଭାବ ପକାଇପାରେ । ଅଧିକ ପଢ଼ନ୍ତୁ...

Tokyo Olympics in path of typhoon, sweltering heat in olympics, ଅଲମ୍ପିକ୍ ଆକାଶରେ ଝଡ଼ ଆଶଙ୍କା, ଟାଇଫୁନ ଆସିବା ନେଇ ପୂର୍ବାନୁମାନ, ଟୋକିଓ ଅଲମ୍ପିକ
Tokyo Olympics: ଉତ୍ତାପ ପରେ ଅଲମ୍ପିକ୍ ଆକାଶରେ ଝଡ଼ ଆଶଙ୍କା
author img

By

Published : Jul 26, 2021, 9:53 PM IST

ଟୋକିଓ: 2020 ରେ ହେବାକୁ ଥିବା Tokyo Olympics କୋଭିଡ ମହାମାରୀ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚାଯାଇଥିଲା । ଗତ 23 ତାରିଖରୁ ଆରମ୍ଭ ହୋଇଛି ବିଶ୍ବ କୀଡା ମହାକୁମ୍ଭ । ତେବେ ଖେଳ ଆରମ୍ଭରୁ ଉତ୍ତାପ ପ୍ରବଳ ହେଉଥିବା ବେଳେ ଏବେ ଟ୍ରପିକାଲ ଝଡ଼ର ଆଶଙ୍କା ଦେଖାଦେଇଛି ଟୋକିଓ ଅଲମ୍ପିକ୍ସ ଆକାଶରେ । ମଙ୍ଗଳବାର ସକାଳେ ଏକ ଟାଇଫୁନ (typhoon) ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଯାହାକି ଅଲମ୍ପିକ୍ ଗେମକୁ ପ୍ରଭାବିତ କରିପାରେ ।

ଟ୍ରପିକାଲ୍ ଷ୍ଟର୍ମ ନେପାର୍ଟକ୍ ଖେଳର କିଛି ଅଂଶକୁ ବ୍ୟାହତ କରିବ ବୋଲି ପୂର୍ବାନୁମାନ କରାଯାଇଛି । କିନ୍ତୁ ସୁରିଗାସାକି ବେଳାଭୂମିରେ ଥିବା ସର୍ଫର ମାନେ କହିଛନ୍ତି ଯେ ଏହା ପ୍ରତିଯୋଗିତାରେ ଉନ୍ନତି ଆଣିପାରେ ଯେପର୍ଯ୍ୟନ୍ତ ଏହା ସିଧାସଳଖ ସମୁଦ୍ର କୂଳକୁ ଆସିନାହିଁ ।

ଜାପାନର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ମଧ୍ୟମ ଗ୍ରେଡ୍ ଟ୍ରପିକାଲ୍ ଝଡ଼ ସୋମବାର ଜାପାନର ପୂର୍ବ ପ୍ରଶାନ୍ତ ମହାସାଗରରେ ଉତ୍ତର-ପଶ୍ଚିମ ଦିଗରେ ପହଁଞ୍ଚିଛି । ଏହି ଝଡ଼ ଜାପାନର ଉତ୍ତର-ପୂର୍ବ ଅଞ୍ଚଳରେ ଗତି କଲାବେଳେ 5.9 ଇଞ୍ଚ ପର୍ଯ୍ୟନ୍ତ ବର୍ଷା ଏବଂ ଉଚ୍ଚ ଲହରି ସହ ପ୍ରବଳ ପବନ ହେବ ବୋଲି ଆଶଙ୍କା କରାଯାଉଛି ।

ତେବେ ଆୟୋଜକ ମାନେ କୌଣସି ପ୍ରକାରେ ତୀରନ୍ଦାଜୀ, ରୋଇଂ ଏବଂ ନୌଚାଳନାର ମଙ୍ଗଳବାର କାର୍ଯ୍ୟସୂଚୀକୁ ସଜାଡି ସାରିଛନ୍ତି । ଟୋକିଓ ଗେମ୍ସର ମୁଖପାତ୍ର ମାସା ଟାକାୟା କହିଛନ୍ତି ଯେ ଅନ୍ୟ କୌଣସି ପରିବର୍ତ୍ତନର ଆଶା ନାହିଁ ।

‘‘ଏହା ପାଞ୍ଚଟି ମଧ୍ୟରୁ ତିନୋଟି ଗ୍ରେଡର ଟ୍ରପିକାଲ ଝଡ଼ । ତେଣୁ ଆପଣ ଏଥିପାଇଁ ଅଧିକ ଚିନ୍ତିତ ହେବା ଉଚିତ୍ ନୁହେଁ, କିନ୍ତୁ ଏହା ଜାପାନ ଅନୁସାରେ ଏକ ଟାଇଫୁନ ଅଟେ । ଏହା ସବୁଠାରୁ ଦୁର୍ବଳ ବର୍ଗରେ ରହିଥାଏ, କିନ୍ତୁ ତଥାପି ଏହା ଏକ ଟାଇଫୁନ୍ ତେଣୁ ପ୍ରଭାବକୁ ନେଇ ଆମେ ଅଧିକ ଭାବିବା ଉଚିତ ନୁହେଁ’’ ବୋଲି ଟାକାୟା କହିଛନ୍ତି ।

ଟୋକିଓର ପ୍ରାୟ 90 ମାଇଲ ପୂର୍ବରେ ଥିବା ସମୁଦ୍ର କୂଳରେ, ସର୍ଫିଂ ପ୍ରତିଯୋଗୀମାନେ ପାଣିପାଗର ପରିବର୍ତ୍ତନ ଚାହୁଁଛନ୍ତି କିନ୍ତୁ କେବଳ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ କି ଅଧିକ ବର୍ଷା ଏବଂ ପବନ ନଆସେ । ଜୁଆର କମ ଥିବାରୁ ସର୍ଫିଙ୍ଗ ପ୍ରତିଯୋଗିତା ସୋମବାର ବିଳମ୍ବ ହୋଇଥିଲା। କିନ୍ତୁ ଯଦି ସମ୍ଭାବିତ ଝଡ଼ ଆସେ, ତେବେ ଏହା ଆଶାଠାରୁ ଦୁଇଗୁଣ ଅଧିକ ଲହଡ଼ି ଦେଇପାରେ ।

ଆୟୋଜକମାନେ ପାଣିପାଗକୁ ଦୃଷ୍ଟିରେ ରଖି ଆଗୁଆ ତୀରନ୍ଦାଜୀ କାରର୍ଯ୍ୟସୂଚୀରେ ପରିବର୍ତ୍ତନ କରିଥିଲେ । 2008 ବେଜିଂ ଗେମ୍ସରେ ଏକ ଘଣ୍ଟା ବିଳମ୍ବ ହୋଇଥିଲା। ଏଠାରେ ମଙ୍ଗଳବାର ଅପରାହ୍ଣ ଅଧିବେଶନ ବୁଧବାର ଏବଂ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଆମେରିକୀୟ ତୀରନ୍ଦାଜ ଜ୍ୟାକ୍ ୱିଲିୟମ୍ସ କହିଛନ୍ତି ଯେ, ‘‘ଆମେ ଶୁଣିଛୁ ଯେ ବର୍ଷା କିମ୍ବା ତୀବ୍ର ବେଗରେ ଝଡ଼ ହୋଇପାରେ ।’’

ବିଚ୍ ଭଲିବଲ୍ ବିଜୁଳି କୁ ଛାଡ଼ି ଅନ୍ୟ ସବୁ ସମୟରେ ଖେଳି ହୁଏ । ବେଜିଂ ଗେମ୍ସରେ ଉଭୟ ମହିଳା ଫାଇନାଲ୍ ଏବଂ ରିଓ ଗେମ୍ସରେ ପୁରୁଷ ଫାଇନାଲ୍ ପ୍ରବଳ ବର୍ଷାରେ ଅନୁଷ୍ଠିତ ହୋଇଥିଲା ।

ତୀରନ୍ଦାଜୀର ପ୍ରଥମ ଦିନରେ ସ୍ବେତଲାନା ଗୋମ୍ବୋଭା ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଚେତା ହରାଇ ପଡ଼ିଯାଇଥିଲେ, କିନ୍ତୁ ସୁସ୍ଥ ହୋଇ ରୌପ୍ୟ ପଦକ ମଧ୍ୟ ଜିତିଥିଲେ । ସେପଟେ ଟପ ସିଡ ନୋଭାକ ଜୋକୋଭିକ ଓ ମେଡଭେଡେଭ କହିଛନ୍ତି ଯେ ଏହା ସେମାନେ ଖେଳିଥିବା ସବୁଠାରୁ ଖରାପ ଗ୍ରୀଷ୍ମ ତାପ । ତେବେ ବ୍ରେକ ସମୟରେ ସ୍ବଳ୍ପ ସମୟ ଅଧିକେ ଦେଉଥିବାରୁ ଅନ୍ତର୍ଜାତୀୟ ଟେନିସ ଫେଡେରେସନକୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

ଜାପାନରେ ଜୁଲାଇ ଏବଂ ଅଗଷ୍ଟ ଅତ୍ୟଧିକ ଗରମ ଏବଂ ଆର୍ଦ୍ର ଅଟେ । ଏହାର ଗମ୍ଭୀରତାକୁ ପୂର୍ବରୁ ସଠିକ୍ ଭାବରେ କହିନଥିବାରୁ ଏବଂ ପାଣିପାଗକୁ ମୃଦୁ ଏବଂ ସ୍ବାଭାବିକ ଦର୍ଶାଇଥିବାରୁ ବର୍ତ୍ତମାନ ଜାପାନ ସମାଲୋଚନାର ସମ୍ମୁଖୀନ ହୋଇଛି ।

ଦିନର ସର୍ବୋଚ୍ଚ ତାପମାତ୍ରା 95 ଡିଗ୍ରୀ ଛୁଇଁଛି କିନ୍ତୁ ନିକଟ ଅତୀତରେ କେତେକ ସ୍ଥାନରେ 104 ଡିଗ୍ରୀ ଅତିକ୍ରମ କରିଛି । ଜୁଲାଇ 2020 ରେ ପରିବେଶ ମନ୍ତ୍ରଣାଳୟ ଟୋକିଓ ଅଞ୍ଚଳ ପାଇଁ ଏବଂ ଏପ୍ରିଲରେ ସମଗ୍ର ଦେଶ ପାଇଁ ହିଟଷ୍ଟ୍ରୋକ ଆଲର୍ଟ ଜାରି କରିଥିଲେ ।

ଗତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜାପାନରେ 112 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 64,869 ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.