ETV Bharat / sports

Tokyo Olympics, Day 8: କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ

author img

By

Published : Jul 30, 2021, 7:40 AM IST

ଋଷର କେସେନିଆ ପେରୋଭାଙ୍କୁ ୬-୫ ସେଟରେ ହରାଇ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା । ଅଧିକ ପଢନ୍ତୁ...

କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ
କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ

ଟୋକିଓ: ବିଶ୍ବର ଏକ ନମ୍ବର ତଥା ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଋଷର କେସେନିଆ ପେରୋଭାଙ୍କୁ ୬-୫ ସେଟରେ ହରାଇ ଇତିହାସ ରଚିଛନ୍ତି । ଏହା ସହିତ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି ଦୀପିକା । ଏହି ମ୍ୟାଚ୍‌ର ନିଷ୍ପତ୍ତି ସୁଟ୍ ଅଫ୍ ରାଉଣ୍ଡରେ ଆସିଥିଲା ​​ଯେତେବେଳେ ଦୀପିକା ଏକ 10 ସ୍କୋର କରି ମ୍ୟାଚ୍ ଜିତିଥିଲେ । ପୂର୍ବୀହ୍ନ ୧୧ଟାରେ କ୍ବାର୍ଟର ଫାଇନାଲ ଖେଳିବେ ।

ଏହା ପୂର୍ବରୁ ସେ ଆମେରିକାର ମୁକିନୋ ଫର୍ଣ୍ଣାଡେଡଙ୍କୁ ୬-୪ ସେଟରେ ପରାସ୍ତ କରି ପ୍ରି-କ୍ବାର୍ଟର ଫାଇନାଲରେ ଜାଗା ବନାଇଥିଲେ ତୀରନ୍ଦାଜ ଦୀପିକା କୁମାରୀ । ମଙ୍ଗଳବାର ଖେଳାଯାଇଥିବା ତୀରନ୍ଦାଜରେ ଲକ୍ଷ୍ୟ ଭେଦ କରି ପ୍ରଥମେ ଭୁଟାନ ଓ ପରେ ଆମେରିକା ପ୍ରତିପକ୍ଷଙ୍କୁ ହରାଇ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ।

ବୁଧବାର ରାଉଣ୍ଡ ଅଫ୍‌ ୧୬ ବର୍ଗରେ ଆମେରିକାର ମୁକିନୋ ଫର୍ଣ୍ଣାନଡେଜଙ୍କୁ ୬-୪ ସେଟରେ ପରାସ୍ତ କରିଛନ୍ତି ସେ । ପ୍ରଥମ ସେଟ୍‌ରେ ଆମେରିକା ତୀରନ୍ଦାଜ ୨୬ ସ୍କୋର କରି ୨-୦ ଲିଡ୍‌ ନେଇଥିବା ବେଳେ ଦୀପିକା ୨୫ ସ୍କୋର କରି ନିରାଶ କରିଥିଲେ ।

କିନ୍ତୁ ଦ୍ବିତୀୟ ସେଟ୍‌ରେ କମବ୍ୟାକ କରିଥିଲେ ଆଉ ସ୍କୋରକୁ ୨-୨ରେ ବରାବର କରି ନେଇଥିଲେ । ଏହାପରେ ତୃତୀୟ ସେଟ୍‌ରେ ମଧ୍ୟ ଜାରି ରହିଥିଲା ଦୀପିକାଙ୍କ ଦବଦବା । ପୁଣି ଥରେ ବିଚକ୍ଷଣ ପ୍ରଦର୍ଶନ କରି ସେ ସ୍କୋରକୁ ୪-୨ରେ ପହଁଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.