ETV Bharat / sports

Tokyo Olympics: ତୀରନ୍ଦାଜୀରେ ହାରିଲେ ପ୍ରବୀଣ ଯାଦବ

author img

By

Published : Jul 28, 2021, 7:13 PM IST

ରାଉଣ୍ଡ ଅଫ ୩୨ ରେ ବିଜୟ ହାସଲ କରିବା ପର ରାଉଣ୍ଡ ଅଫ୍‌ ୧୬ରେ ୬-୦ ରେ ପରାଜିତ ହୋଇଛନ୍ତି ଭାରତୀୟ ତୀରନ୍ଦାଜ ପ୍ରବୀଣ ଯାଦବ । ଅଧିକ ପଢ଼ନ୍ତୁ...

ତୀରନ୍ଦାଜୀରେ ହାରିଲେ ପ୍ରବୀଣ ଯାଧବ, ବ୍ରାଡି ଏଲିସନ, ଟୋକିଓ ଅଲମ୍ପିକ୍ସ, Pravin Jadhav , 1/16 Elimination match, Archery,  Tokyo Olympics
Tokyo Olympics: ତୀରନ୍ଦାଜୀରେ ହାରିଲେ ପ୍ରବୀଣ ଯାଧବ

ଟୋକିଓ: Tokyo Olympics ର ଷଷ୍ଠ ଦିନରେ ଭାରତୀୟ ତୀରନ୍ଦାଜ ପ୍ରବୀଣ ଯାଦବ ବୁଧବାର ବିଶ୍ବର ଏକ ନମ୍ବର ତୀରନ୍ଦାଜ ବ୍ରାଡି ଏଲିସନଙ୍କ ଠାରୁ ପରାଜିତ ହୋଇଛନ୍ତି । ରାଉଣ୍ଡ ଅଫ ୩୨ ରେ ବିଜୟ ହାସଲ କରିବା ପର ରାଉଣ୍ଡ ଅଫ୍‌ ୧୬ରେ ୬-୦ ରେ ପରାଜିତ ହୋଇଛନ୍ତି ପ୍ରବୀଣ ।

ବିଶ୍ବର ନମ୍ବର ଏକ ଏଲିସନ ମ୍ୟାଚକୁ ୯-୧୦-୯ ସ୍କୋରରେ ଆରମ୍ଭ କରିଥିଲେ, ଯାହାର ଉତ୍ତରରେ ଯାଧବ ୯-୮-୧୦ ସ୍କୋର କରିପାରିଥିଲେ, ଯାହାକି ଏଲିସନଙ୍କୁ ପ୍ରଥମ ସେଟରେ ବିଜୟ ଦେଇଥିଲ ।

ଦ୍ବିତୀୟ ସେଟରେ ଏଲିସନଙ୍କ ଆରମ୍ଭ ଭଲ ନଥିଲା ଓ ସେ ୮ ପଏଣ୍ଟରେ ଆରମ୍ଭ କରିଥିଲେ, କିନ୍ତୁ ଭାରତୀୟ ତୀରନ୍ଦାଜ ପ୍ରବୀଣ ଏହାର ଲାଭ ଉଠାଇ ପାରିନଥିଲେ । ଆମେରିକୀୟ ତୀରନ୍ଦାଜଙ୍କ ଠାରୁ ମଧ୍ୟ ଖରାପ ପ୍ରଦର୍ଶନ କରି କେବଳ ୭ ପଏଣ୍ଟ ଅର୍ଜନ କରିଥିଲେ ।

ତୃତୀୟ ପର୍ଯ୍ୟାୟ ଆରମ୍ଭ ବେଳକୁ ଯାଦବଙ୍କ ସମସ୍ତ ଆଶା ଧୂଳିସାତ ହୋଇ ସାରଥିଲା କାରଣ ଏଲିସନଙ୍କ ୮-୯-୯ ପଏଣ୍ଟ ତୁଳନାରେ ସେ ସ୍କୋର କରିଥିଲେ ୮-୮-୭ । ଶନିବାର ତୀରନ୍ଦାଜୀର କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ।

ବୁଧବାର ଦିନ ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚରେ ପ୍ରବୀଣ ଋଷିଆନ ଅଲମ୍ପିକ କମିଟିର ଗଲସନ ବାଜାରଝାପୋଭଙ୍କୁ ୬-୦ ସେଟ୍‌ରେ ପରାଜିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.