ETV Bharat / sports

Olympics, Day 3: ଟେବୁଲ ଟେନିସ- ପରାଜୟ ସହ ସାଥିୟାନଙ୍କ ଅଲମ୍ପିକ ଅଭିଯାନ ଶେଷ

author img

By

Published : Jul 25, 2021, 12:28 PM IST

ପ୍ରଥମ ସେଟ୍‌କୁ ସାଥିୟାନ ୭-୧୧ରେ ହାରିବା ପରେ ଲଗାତାର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସେଟ୍‌ରେ ଦମଦାର କମବ୍ୟାକ ସହ ବିଜୟ ହାସଲ କରିଥିଲେ । ମାତ୍ର ପରବର୍ତ୍ତୀ ୩ଟି ରାଉଣ୍ଡରେ ପରାସ୍ତ ହୋଇଥିଲେ । ଅଧିକ ପଢନ୍ତୁ...

Tokyo Olympics, Day 3: Sathiyan Gnanasekaran loses to Siu Hang Lam in Men's Singles Round 2
Olympics, Day 3: ଟେବୁଲ ଟେନିସ- ପରାଜୟ ସହ ସାଥିୟାନଙ୍କ ଅଲମ୍ପିକ ଅଭିଯାନ ଶେଷ

ଟୋକିଓ: ଭାରତୀୟ ଟେବୁଲ ଟେନିସ ଖେଳାଳି ଜି ସାଥିୟାନ ରବିବାର ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି । ପୁରୁଷ ଏକକ ଇଭେଣ୍ଟର ପ୍ରଥମ ମୁକାବିଲା ସେ ହଂକଂ ଖେଳାଳି ସୁ ହାଂଗ ଲାମଙ୍କ ବିପକ୍ଷରେ ଖେଳିଛନ୍ତି ।

ପ୍ରଥମ ସେଟ୍‌କୁ ସାଥିୟାନ ୭-୧୧ରେ ହାରିବା ପରେ ଲଗାତାର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସେଟ୍‌ରେ ଦମଦାର କମବ୍ୟାକ ସହ ବିଜୟ ହାସଲ କରିଥିଲେ । ଯାହାଫଳରେ ତାଙ୍କର ସ୍କୋର ୧୧-୭, ୧୧-୪ ଓ ୧୧-୫ ହୋଇଥିଲା ।

ଏହାପରେ ବାସ୍‌ ଗୋଟିଏ ସେଟ୍‌ରେ ବିଜୟ ସହ ଦେଶକୁ ମେଡାଲ ଆଶା ଦେଇଥାନ୍ତେ ସାଥିୟାନ । ମାତ୍ର ପରବର୍ତ୍ତୀ ୩ଟି ସେଟ୍‌ରେ ୯-୧୧, ୧୦-୧୨ ଓ ୬-୧୧ରେ ପରାସ୍ତ ହୋଇଥିଲେ ।

ଶେଷ ତିନୋଟି ସେଟ୍‌ରେ କଡା ଟକ୍କର ହୋଇଥିଲା ଓ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମାତ୍ର ଗୁରୁତ୍ବପୂର୍ଣ୍ଣ ସୁଯୋଗକୁ ହାତଛଡା କରିଦେଇଥିଲେ ସାଥିୟାନ । ଫଳରେ ହଂକଂ ଖେଳାଳି ସ୍ଥିର ବିଜୟ ପ୍ରଦର୍ଶନ ସହ ମ୍ୟାଚ ଜିତିନେଇଥିଲେ ।

ଫଳରେ ସାଥୀୟାନଙ୍କ ଅଲମ୍ପିକ ଯାତ୍ରା ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.