ETV Bharat / sports

Tokyo Olympics, Day 3: ଟେବୁଲ ଟେନିସ-ପଦକ ଠାରୁ ଗୋଟିଏ ବିଜୟ ଦୂରରେ ମନିକା

ଟୋକିଓ ଅଲମ୍ପିକ୍‌ର ମହିଳା ଟେବୁଲ ଟେନିସ ଏକକ ବର୍ଗର ତୃତୀୟ ରାଉଣ୍ଡରେ ମନିକା ବାତ୍ରା । ଅଧିକ ପଢନ୍ତୁ...

Tokyo Olympics, Day 3: Manika Batra beats Margaryta Pesotska in Women's Singles Round 2
Tokyo Olympics, Day 3: ଟେବୁଲ ଟେନିସ-ପଦକ ଠାରୁ ଗୋଟିଏ ବିଜୟ ଦୂରରେ ମନିକା
author img

By

Published : Jul 25, 2021, 2:00 PM IST

Updated : Jul 25, 2021, 2:17 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ପ୍ୟାଡଲର୍‌ ମନିକା ବାତ୍ରାଙ୍କ ଦମଦାର ପ୍ରଦର୍ଶନ । ମହିଳା ଟେବୁଲ ଟେନିସ ଏକକ ବର୍ଗର ତୃତୀୟ ରାଉଣ୍ଡରେ ମନିକା ବାତ୍ରା । ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଉକ୍ରେନର ମାର୍ଗାର୍ତା ପେସୋଟସ୍କାଙ୍କୁ ହରାଇଲେ ମନିକା ।

ପ୍ରଥମ ଦୁଇଟି ସେଟ୍‌କୁ ୧୧-୪ ୧୧-୪ ରେ ଏକପାଖିଆ ଜିତିନେଇଥିଲେ ୟୁକ୍ରେନ ଖେଳାଳି । ତେବେ ରୋମାଞ୍ଚକର ଭାବେ ମନିକା ତୃତୀୟ ସେଟ୍‌ରେ ଦମଦାର କମବ୍ୟାକ କରିଥିଲେ ଓ ୧୧-୭ରେ ବିଜୟୀ ହୋଇଥିଲେ । ପରେ ଚତୁର୍ଥ ସେଟ୍‌ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମନିକା କଡା ଟକ୍କର ଦେଇଥିଲେ । ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌ରେ ରୋମାଞ୍ଚ ଭରି ରହିଥିଲା । ଶେଷରେ ୧୨-୧୦ରେ ମନିକା ବାଜିମାରିବା ସହ ପ୍ରତିନ୍ଦ୍ବନ୍ଦ୍ବୀତା ୨-୨ରେ ବରାବର କରିଥିଲେ ।

ତେବେ ପରବର୍ତ୍ତୀ ସେଟ୍‌ ଅର୍ଥାତ ପଞ୍ଚମ ସେଟ୍‌ରେ ବିଶ୍ବ ମାନ୍ୟତାର ୬୧ତମ ସ୍ଥାନରେ ଥିବା ଭାରତୀୟ ଟେବୁଲ ଟେନିସ କୁଇନ ୮-୧୧ ପଏଣ୍ଟ ସହ ପରାସ୍ତ ହୋଇଥିଲେ । ତେବେ ପୁନର୍ବାର କମବ୍ୟାକ କରିଥିଲେ ମନିକା । ଷଷ୍ଠ ସେଟ୍‌କୁ ୧୧-୭ରେ ଜିତିଥିଲେ ।

ସ୍କୋର ପୁଣି ବରାବର ହୋଇଥିଲା । ମାତ୍ର ନିର୍ଣ୍ଣାୟକ ସେଟ୍‌ରେ ୧୧-୭ରେ ଜିତିବା ସହ ପଦକ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ମନିକା । ଫଳରେ ସେ ପଦକ ବିଜୟ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2021, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.