ଟୋକିଓ: ଟେବୁଲ ଟେନିସ ଇଭେଣ୍ଟରେ ଭାରତର ପଦକ ଆଶା ଧୂଳିସାତ୍ । ଅଲମ୍ପିକ୍ର ଦ୍ବିତୀୟ ଦିନର ଖେଳ ଜାରି ରହିଥିବାବେଳେ, ଭାରତ ଭାରତୀୟ ଟେବୁଲ ଟେନିସ ମିଶ୍ରିତ ଯୋଡି ସରଥ କମଲ ଓ ମନିକା ବାତ୍ରା ଶନିବାର ରାଉଣ୍ଡ 16ର ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି ।
ଚାଇନିଜ ତାଇପେଇ ଯୋଡିଙ୍କ ଠାରୁ ହାରିବା ସହ ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି । ଫଳରେ ଏହି ଇଭେଣ୍ଟରେ ଭାରତର ଏକମାତ୍ର ପଦକ ଆଶା ଶେଷ ହୋଇଛି ।
ମନିକା ଓ ସରଥଙ୍କୁ ତୃତୀୟ ପେନଲ୍ଟମେଟ୍ ସେଟ୍ରେ 5-11 ପରାଜୟ ମିଳିଥିଲା । ଏଥିସହ ମେଡାଲ ସ୍ବପ୍ନ ମଉଳିଯାଉଥିଲା ।
ଉଭୟ ଭାରତୀୟ ଖେଳାଳିଙ୍କ ଆରମ୍ଭ ଭଲ ହୋଇନଥିଲା । ମ୍ୟାଚ୍ ଆଗକୁ ବଢିବାପରେ ଉଭୟ ଏହାକୁ ଭରଣା କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଓ ପ୍ରତି ସେଟ୍ରେ ପଛରେ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ