ETV Bharat / sports

Tokyo Olympics 2020, Day 5: ପୁରୁଷ ହକିରେ ସ୍ପେନକୁ ମାତ ଦେଲା ଭାରତ

author img

By

Published : Jul 27, 2021, 8:23 AM IST

Updated : Jul 27, 2021, 9:23 AM IST

ଭାରତୀୟ ହକି ଦଳ ପ୍ରତ୍ୟାବର୍ତ୍ତନ କରିଛି । ଟୋକିଓର ଓଇ ହକି ଷ୍ଟାଡିୟମରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସ୍ପେନକୁ 3-0ରେ ପରାସ୍ତ କରିଛି । ଅଧିକ ପଢନ୍ତୁ...

ପୁରୁଷ ହକିରେ ସ୍ପେନକୁ 3-0ରେ ପରାସ୍ତ କରିଛି ଭାରତ

ଟୋକିଓ: ଭାରତୀୟ ହକି ଦଳ ପ୍ରତ୍ୟାବର୍ତ୍ତନ କରିଛି । ଟୋକିଓର ଓଇ ହକି ଷ୍ଟାଡିୟମରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସ୍ପେନକୁ 3-0ରେ ପରାସ୍ତ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ 7-1ରେ ହରାଇବା ପରେ ଭାରତୀୟ ଦଳର ମନୋବଳ ଏବଂ ଦଳର ସ୍ଥିତି ବହୁତ ପ୍ରଭାବିତ ହୋଇଥିଲା ।

ଏହି ସମୟ ମଧ୍ୟରେ ଭାରତୀୟ ଫୁଲ୍ ବ୍ୟାକ୍ ଖେଳାଳି ରୂପେନ୍ଦ୍ରପାଲ ସିଂ ଚମତ୍କାର ପ୍ରଦର୍ଶନ କରିଥିବାବେଳେ ଗୋଲ ସ୍କୋର କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ପ୍ରଥମ କ୍ୱାର୍ଟରର 13ତମ ମିନିଟରେ ସିମରଞ୍ଜିତ ସିଂ ଭାରତ ପାଇଁ ଗୋଲ ସ୍କୋର କରିଥିଲେ । ପରେ ରୁପେନ୍ଦ୍ରପାଲ ସିଂ 15 ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ୍ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ରୁପେନ୍ଦ୍ରପାଲ ସିଂ 51 ମିନିଟରେ ଆଉ ଏକ ଗୋଲ ସ୍କୋର କରିଥିଲେ ।

ଭାରତର ପରବର୍ତ୍ତୀ ମ୍ୟାଚ୍ ଜୁଲାଇ 29ରେ ଭାରତୀୟ ସମୟ ସକାଳ 6ଟାରେ ଆର୍ଜେଣ୍ଟିନା ବିପକ୍ଷରେ ରହିଛି । ଏଯାଏଁ ଅଲମ୍ପିକରେ ୩ଟି ମ୍ୟାଚ ଖେଳିଛି । ଦୁଇଟି ମ୍ୟାଚରେ ବିଜୟ ହୋଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2021, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.