ETV Bharat / sports

Tokyo Olympics: କ୍ବାର୍ଟର-ଫାଇନାଲରେ ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ

author img

By

Published : Jul 26, 2021, 10:05 AM IST

କ୍ବାର୍ଟର ଫାଇନାଲରେ ହେଭିୱେଟ୍‌ କୋରିଆ ସହିତ ଭାରତୀୟ ଟିମର ମୁକାବିଲା ରହିଛି । ଅଧିକ ପଢନ୍ତୁ...

TOKYO OLYMPICS 2020 DAY 4 INDIAN MENS TEAM KNOCKS OUT KAZAKHSTAN SETS UP QF AGAINST TOP SEED KOREA
Tokyo Olympics: କ୍ବାର୍ଟର-ଫାଇନାଲରେ ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ସୋମବାର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ । ପ୍ରବୀଣ ଯାଦବ, ଅତନୁ ଦାସ ଓ ତରୁଣଦୀପ ରାୟଙ୍କ ଭାରତୀୟ ତୀରନ୍ଦାଜୀ ଟିମ ପ୍ରି-କ୍ବାର୍ଟର ଫାଇନାଲ ମୁକାବିଲାରେ କାଜାଖିସ୍ତାନକୁ 6-2ରେ ହରାଇଛନ୍ତି । ଏବେ କ୍ବାର୍ଟର ଫାଇନାଲରେ ହେଭିୱେଟ୍‌ କୋରିଆ ସହିତ ଭାରତୀୟ ଟିମର ମୁକାବିଲା ରହିଛି ।

ଭାରତୀୟ ଖେଳାଳି ଲୟରେ ନଜର ଆସିଛନ୍ତି, ବିଶେଷ କରି ଅତନୁ ଦାସ ଯିଏକି 5ଟି ଫରଫେକ୍ଟ 10 ସଟ୍‌ ସହ ଟିମକୁ 1/8 ଏଲିମିନେସନ ରାଉଣ୍ଡରେ ସହଜ ବିଜୟ ଦେଇଛନ୍ତି ।

ଡେନିସ ଗୈକିନ, ଇଲଫତ ଅବ୍‌ଦୁଲିନ ଓ ସଞ୍ଜର ଗୁସୟେବଙ୍କ କାଜାଖିସ୍ତାନ ଟିମ ଭଲ ପ୍ରଦର୍ଶନ ସହ କଡା ଟକ୍କର ଦେଇଥିଲେ । ତୃତୀୟ ସେଟ୍‌କୁ ଗୋଟିଏ ପଏଣ୍ଟ ବ୍ୟବଧାନରେ ଜିତିନେଇଥିଲେ, ମାତ୍ର ଭାରତୀୟ ଟିମକୁ ରୋକିବାରେ ବିଫଳ ହୋଇଥିଲେ ।

ଏହାପୂର୍ବରୁ ଭାରତୀୟ ମିଶ୍ରିତ ଯୋଡି ଶନିବାର କୋରିଆ ଠାରୁ ପରାସ୍ତ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.