ETV Bharat / sports

Tokyo Olympics: ଟେବୁଲ ଟେନିସ- ପ୍ରଥମ ରାଉଣ୍ଡ ଜିତିଲେ ମନିକା - table tennis

ଟେବୁଲ ଟେନିସ ମହିଳା ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ମନିକା ବାତ୍ରା । ଅଧିକ ପଢନ୍ତୁ...

TOKYO OLYMPICS 2020 DAY 2 MANIKA BATRA WINS FIRST ROUND IN TABLE TENNIS WOMEN SINGLES
Tokyo Olympics: ଟେବୁଲ ଟେନିସ- ପ୍ରଥମ ରାଉଣ୍ଡ ଜିତିଲେ ମନିକା
author img

By

Published : Jul 24, 2021, 2:52 PM IST

Updated : Jul 24, 2021, 3:18 PM IST

ଟୋକିଓ: ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଟୋକିଓ ଅଲମ୍ପିକ୍‌ର ଦ୍ବିତୀୟ ଦିନରେ ମହିଳା ଏକକ ବର୍ଗରେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଶନିବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମୁକାବିଲାରେ ବ୍ରିଟେନର ତିନ-ତିନ ହୋ ଦିଙ୍କୁ 4-0ରେ ହରାଇଛନ୍ତି ।

  • " class="align-text-top noRightClick twitterSection" data="">

30 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମନିକା, 11-7, 11-10, 11-10, 11-9ରେ ବିଜୟ ହାସଲ କରିଛନ୍ତି । ପୂର୍ବରୁ ମନିକା ମିଶ୍ରିତ ଇଭେଣ୍ଟରେ ପରାଜୟକୁ ଭୁଲି ଏହି ମ୍ୟାଚରେ ବିଜୟୀ ହୋଇଛନ୍ତି ।

ଅଚନ୍ତା କମଲଙ୍କ ସହିତ ଖେଳିଥିବା ମନିକା ଶନିବାର ମିଶ୍ରିତ ଯୁଗଳ ମୁକାବିଲାରେ ଶେଷ -16 ରାଉଣ୍ଡରେ ପରାସ୍ତ ହୋଇଥିଲେ । ଏହା ଅଲମ୍ପିକରେ ମନିକା ଓ କମଲଙ୍କ ପ୍ରଥମ ମ୍ୟାଚ ଥିଲା । ଏହି ଭାରତୀୟ ଯୋଡିଙ୍କୁ ତାଇବାନ ଲିନ ୟୁ ଜୁ ଓ ଚେଙ୍ଗ୍‌ ଚିଙ୍ଗ୍‌ 4-0ରେ ହରାଇଥିଲେ । 27 ମିନିଟ ଧରି ଖେଳାଯାଇଥିବା ମ୍ୟାଚ୍‌ରେ ତାଇବାନ ଯୋଡି 11-8, 11-6, 11-5 ଓ11-5 ସେଟ୍‌ରେ ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2021, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.