ETV Bharat / sports

ହକିକୁ ସମ୍ମାନ ଉଦ୍ଦେଶ୍ୟରେ ପୁରସ୍କାରର ନାମ ବଦଳିଛି: ମୋଦି - ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର

"ହକିକୁ ସମ୍ମାନ ଦେବା ପାଇଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ନାମ ବଦଳା ଯାଇଛି ।" ସୋମବାର ଟୋକିଓ ଅଲମ୍ପିକ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ଦେଶରେ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ନାମ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରରୁ ବଦଳା ଯାଇଛି । ଅଧିକ ପଢ଼ନ୍ତୁ...

ହକିକୁ ସମ୍ମାନ ଉଦ୍ଦେଶ୍ୟରେ ପୁରସ୍କାରର ନାମ ବଦଳିଛି: ମୋଦି

author img

By

Published : Aug 18, 2021, 4:45 PM IST

ନୂଆଦିଲ୍ଲୀ: "ହକିକୁ ସମ୍ମାନ ଦେବା ପାଇଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ନାମ ବଦଳା ଯାଇଛି ।" ସୋମବାର ଟୋକିଓ ଅଲମ୍ପିକ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ଦେଶରେ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ନାମ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରରୁ ବଦଳା ଯାଇଛି । ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ନାମରେ ଏହା ଆୱାର୍ଡର ପୁନଃ ନାମକରଣ କରାଯାଇଛି ।

ଗତ ସୋମବାର ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ବ୍ରେକ ଫାଷ୍ଟର ଆୟୋଜନ କରାଯାଇଥିଲା । ଏଥିରେ ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ପ୍ରାୟ ପ୍ରତ୍ୟେକ କ୍ରୀଡ଼ାବିତ ଯୋଗଦେଇ ମୋଦିଙ୍କ ସହ ବ୍ରେକଫାଷ୍ଟ କରିଥିଲେ ।

ଏହି ସମୟରେ ପୁରୁଷ ହକି ଦଳ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଥିଲେ ଯେ, "ମୁଁ ଆପଣ ସଭିଁଙ୍କୁ ଶୁଭେଚ୍ଛା ଜଣାଉଛି । ଆପଣମାନେ ମେଜର ଧ୍ୟାନଚନ୍ଦଙ୍କୁ ସମ୍ମାନିତ କରିଛନ୍ତି । ଏଥିପାଇଁ ମୁଁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ନାମ ବଦଳାଇବାକୁ ନିଷ୍ପତ୍ତ ନେଇଥିଲି । ଟୋକିଓ ବିଜୟରେ ଅନୁପ୍ରାଣିତ ହୋଇ ମୁଁ ହକିକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି । ହକିରେ ପଦକ ବିଜୟ ନହେବା ପର୍ଯ୍ୟନ୍ତ ମନକୁ ଏଭଳି ଭାବନା ଆସୁନଥିଲା ଯେ ଭାରତ ଅଲମ୍ପିକ୍ସରେ କିଛି ପଦକ ହାସଲ କରିଛି । ଆପଣମାନେ ଦେଶକୁ ଗର୍ବିତ କରିଛନ୍ତି ।"

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ବେଲଜିୟମଠାରୁ ପରାଜିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ମନପ୍ରୀତ ସିଂହଙ୍କ ସହ କଥା ହୋଇଥିଲେ । ମୋଦିଙ୍କ ବାର୍ତ୍ତା ଭାରତୀୟ ଦଳକୁ ପ୍ରେରଣା ଦେଇଥିଲା ବୋଲି କହିଛନ୍ତି ଗୋଲକିପର ପିଆର ଶ୍ରୀଜେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.