ETV Bharat / sports

ଅଲମ୍ପିକ ପଦକ ବିଜୟୀ ଓଡ଼ିଆ ହକି ଷ୍ଟାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Aug 5, 2021, 7:43 PM IST

ଅଲମ୍ପିକ ପଦକ ବିଜେତା ଜାତୀୟ ହକି ଦଳରେ ସାମିଲ ରହିଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲମ୍ପିକ ପଦକ ବିଜୟୀ ଦଳର ଦୁଇ ଓଡ଼ିଆ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଅଧିକ ପଢ଼ନ୍ତୁ...

pm narendra modi praised odia hockey players won bronz medal in tokyo olympics
ଓଡ଼ିଆ ହକି ଷ୍ଟାରଙ୍କୁ ପିଏମଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ଜାତୀୟ ହକି ଦଳରେ ସାମିଲ ରହିଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଲମ୍ପିକ ପଦକ ବିଜୟୀ ଦଳର ଦୁଇ ଓଡ଼ିଆ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଦୁହିଁଙ୍କ ପ୍ରଦର୍ଶନ ଚମତ୍କାର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୪୧ ବର୍ଷ ପରେ ଅଲମ୍ପିକରେ ପଦକ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ । ଏହାକୁ ନେଇ ଜାତୀୟ ଦଳ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଦଳରେ ସାମିଲ ଥିବା ଦୁଇ ଓଡ଼ିଆ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ମୋଦି ।

ବିରେନ୍ଦ୍ରଙ୍କ ପ୍ରଶଂସା କରି ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଛନ୍ତି ଯେ, "ବିରେନ୍ଦ୍ର ଲାକ୍ରାଙ୍କ ଡିଫେନ୍ସକୁ ଭେଦ କରିବା ଅସମ୍ଭବ । ତାଙ୍କ ଖେଳ ଦେଖିବା ଏକ ମଜାଦାର କ୍ଷଣ । ପ୍ରତି କ୍ଷଣରେ ସେ ନିଜର ଅଭିଜ୍ଞତା ଦେଖାଇଛନ୍ତି । ଯାହା ଦ୍ବାରା ଦଳ ବିଜୟ ଦ୍ବାରରେ ପହଞ୍ଚି ପାରିଛି ।"

  • Birendra Lakra's defence is unbreachable. His game is a delight to watch!

    At every step he demonstrated his experience in the game and helped the team win.

    We are proud of him! #Tokyo2020

    — Narendra Modi (@narendramodi) August 5, 2021 " class="align-text-top noRightClick twitterSection" data=" ">

ଏହାସହ ମୋଦି ପେନାଲ୍ଟି କର୍ଣ୍ଣର ଡିଫେଣ୍ଡର ଅମିତ ରୋହିଦାସଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ପଡ଼ିଆରେ ନିର୍ଭିକ ଓ ତାଙ୍କ ଶକ୍ତିଶାଳୀ ପ୍ରଦର୍ଶନର ପ୍ରଶଂସା ନକରି କେହି ରହିପାରିବେ ନାହିଁ । ସମସ୍ତ ପେନାଲ୍ଟି କର୍ଣ୍ଣର ପାଇଁ ବିପକ୍ଷ ଆଗରେ ପଥର ହୋଇ ଠିଆ ହୋଇଥିଲେ ଅମିତ । ତୁମ ପ୍ରଦର୍ଶନ ପାଇଁ ଦୀର୍ଘ ଦିନର ଅଲମ୍ପିକ ପଦକ ହାସଲ ସ୍ବପ୍ନ ପୂରଣ ହୋଇଛି ।"

  • Your fearless energy on the field was commendable, Amit Rohidas. You were truly a rock-wall intercepting those penalty corners.

    Congratulations on your performance, India realises its long-awaited Olympic dream with you! #Tokyo2020

୪ ଦଶନ୍ଧି ପରେ ଜାତୀୟ ପୁରୁଷ ହକି ଦଳ ଅଲମ୍ପିକ ପୋଡିୟମରେ ଠିଆ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏଥିପାଇଁ ଜାତୀୟ ଦଳରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ନିଷ୍ଠା ପ୍ରଶଂସା ଯୋଗ୍ୟ । କାଂସ୍ୟ ପଦକ ପାଇଁ ଜର୍ମାନୀକୁ 5-4 ଗୋଲରେ ମାତ ଦେଇ ଇତିହାସ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.