ETV Bharat / sports

ପଦକ ବିଜୟିନୀ ଭାବିନାଙ୍କ ପାଇଁ ପୁରସ୍କାର ବର୍ଷା, କିଏ ଦେବେ କେତେ ଜାଣନ୍ତୁ ? - ଭାବିନା ପଟେଲଙ୍କୁ ମିଳିବ ପୁରସ୍କାର

ଟୋକିଓ ଅଲମ୍ପିକ୍ସରେ ପ୍ରଥମ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଏହାକୁ ନେଇ ଭାବିନାଙ୍କ ପାଇଁ ବର୍ତ୍ତମାନ ପୁରସ୍କାର ବର୍ଷା ଆରମ୍ଭ ହୋଇଯାଇଛି । ଅଧିକ ପଢ଼ନ୍ତୁ...

ପଦକ ବିଜୟିନୀ ଭାବିନଙ୍କ ଘୋଷଣା ହେଲା ଏହି ପୁରସ୍କାର

author img

By

Published : Aug 29, 2021, 8:54 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ପ୍ରଥମ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଏହାକୁ ନେଇ ଭାବିନାଙ୍କ ପାଇଁ ବର୍ତ୍ତମାନ ପୁରସ୍କାର ବର୍ଷା ଆରମ୍ଭ ହୋଇଯାଇଛି । ପାରାଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଭାବିନାଙ୍କୁ ୩୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଭାରତୀୟ ଟେବୁଲ ଟେନିସ ଫେଡେରେସନ । ଖାଲି ସେତିକି ନୁହେଁ ଗୁଜୁରାଟ ସରକାର ଭାବିନା ପଟେଲଙ୍କୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ।

ପାରାଲିମ୍ପିକ୍ସରେ ପଦକ ହାସଲ କରିଥିବା ଦ୍ବିତୀୟ ଭାରତୀୟ ମହିଳା ଖେଳାଳି ହେଉଛନ୍ତି ଗୁଜୁରାଟ ସୁନା ଝିଅ ଭାବିନା ପଟେଲ । ଏଥିପାଇଁ ଦିବ୍ୟାଙ୍ଗ ଖେଳ ପ୍ରତିଭା ପ୍ରୋତ୍ସାହନ ପୁରସ୍କାର ଯୋଜନାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭାବିନାଙ୍କୁ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ଚଳିତ ପାରାଲମ୍ପିକ୍ସରେ ପ୍ରଥମ ଭାରତୀୟ ଭାବରେ ପଦକ ହାସଲ କରିଛନ୍ତି ଭାବିନା । ଏଥିପାଇଁ ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି ।

ରବିବାର ଟେବୁଲ ଟେନିସ ଇଭେଣ୍ଟର C4 କାଟାଗୋରୀର ଫାଇନାଲ ମ୍ୟାଚ ଖେଳିଥିଲେ ଭାବିନା ପଟେଲ । ଫାଇନାଲ ମ୍ୟାଚରେ ସେ ବିଶ୍ବର ୧ ନମ୍ବର ଖେଳାଳି ୟିଙ୍ଗ ଝୁ'ଙ୍କୁ ଭେଟିଥିଲେ । ତେବେ ଏହି ମ୍ୟାଚରେ ଭାବିନା ୩ଟି ସିଧା ସେଟରେ ପରାଜିତ ହୋଇଥିଲେ । ଏହି ମ୍ୟାଚରେ ଭାବିନା ୭-୧୧, ୫-୧୧ ଓ ୬-୧୧ରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ।

ସେପଟେ ଷଷ୍ଠ ଥର ପାଇଁ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଚୀନର ୟିଙ୍ଗ ଝୁ' । ଫାଇନାଲ ମ୍ୟାଚକୁ ନେଇ ଭାବିନା ନର୍ଭସ ଥିବା କଥା କହିଛନ୍ତି । ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଭାରତ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ପଦକ ହାସଲ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାବିନା । ଭାବିନା ପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଉତ୍ସାହିତ କରିବା ସହ ଜଣାଇଛନ୍ତି ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.