ଟୋକିଓ: ପାରାଲମ୍ପିକ୍ସ ଟେବୁଲ ଟେନିସ ଇଭେଣ୍ଟର C4 କାଟୋଗୋରୀର ମହିଳା ଏକକ ବର୍ଗରେ ପ୍ରଥମ ରାଉଣ୍ଡରେ ବିଜୟ ହାସଲ କିରଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଫଳରେ ସେ ରାଉଣ୍ଡ ୧୬କୁ ଉନ୍ନିତ ହୋଇଛନ୍ତି । ଏହି କାଟାଗୋରୀର ପ୍ରଥମ ରାଉଣ୍ଡରେ ଭାବିନା ଗ୍ରେଟବ୍ରିଟେନର ପେଡଲର ମେଗାନ ଶାକ୍ଲେଟନଙ୍କୁ ଭେଟିଥିଲେ ।
ତେବେ ଭାବିନା ଗ୍ରେଟ ବ୍ରିଟନ ପେଡଲରଙ୍କୁ ୩-୧ରେ ମାତ୍ ଦେଇଛନ୍ତି । ୩୪ ବର୍ଷୀୟ ଭାରତୀୟ ପେଡଲର ଓ ଶାକ୍ଲେଟନଙ୍କ ମଧ୍ୟରେ ୪୧ ମିନିଟ ଧରି ଚାଲିଥିବା ମ୍ୟାଚରେ ୪ଟି ସେଟ ଖେଳାଯାଇଥିଲା । ୪ଟି ସେଟରୁ ୩ଟି ସେଟରେ ବିଜୟ ହାସଲ କରିଥିଲେ ଭାବିନା । ପ୍ରଥମ ସେଟକୁ ୧୧-୭ରେ ବିଜୟ ହାସଲ କରିଥିଲେ ଭାବିନା ।
ବିଶ୍ବର ୧୨ ନମ୍ବର ରାଙ୍କିଂରେ ଥିବା ଭାବିନା କର ବା ମର ମ୍ୟାଚରେ ବିଶ୍ବର ୯ ନମ୍ବର ରାଙ୍କିଂରେ ଥିବା ମେଗାନ ଶାକ୍ଲେଟନଙ୍କୁ ଆରମ୍ଭରୁ ହିଁ ବଡ଼ ସଟ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ । ପ୍ରଥମ ସେଟ କେବଳ ୮ ମିନିଟରେ ଶେଷ ହୋଇଥିଲା । ଏହାପରେ ଦ୍ବିତୀୟ ସେଟରେ ୯-୧୧ରେ ପରାଜିତ ହୋଇଥିଲେ ଶାକ୍ଲେଟନ । ତେବେ ତୃତୀୟ ଓ ଚତୁର୍ଥ ସେଟକୁ ୧୭-୧୫ ଓ ୧୩-୧୧ରେ ଜିତି ନେଇଥିଲେ ଭାବିନା ।
ଟୋକିଓ ପାରାଲମ୍ପିକ୍ସରେ ଭାରତର ଏହା ପ୍ରଥମ ବିଜୟ । ଏହାପୂର୍ବରୁ ଆଉ ଏକ ବର୍ଗରେ ଭାବିନା ବିଶ୍ବର ଏକ ନମ୍ବର ଚୀନ ପେଡଲରଙ୍କଠାରୁ ୦-୩ରେ ପରାଜିତ ହୋଇଛନ୍ତି । ଦୁଇଟି ମ୍ୟାଚରୁ ଭାବିନାଙ୍କୁ ୩ ପଏଣ୍ଟ ମିଳିଛି । ଯାହାଫଳରେ ସେ ନକ୍ ଆଉଟ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ