ETV Bharat / sports

ଅଗଷ୍ଟ ୧୫ରେ ଅତିଥି ହେବେ ଅଲମ୍ପିକ ଆଥଲେଟ୍‌

author img

By

Published : Aug 3, 2021, 4:23 PM IST

ସ୍ବାଧୀନତା ଦିବସ ଅବସରରେ ସମ୍ପୂର୍ଣ୍ଣ ଭାରତୀୟ ଅଲମ୍ପିକ ଦଳକୁ ଲାଲ କିଲ୍ଲାକୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନିଜ ବାସ ଭବନରେ ଆଥଲେଟଙ୍କୁ କରିବେ ସାକ୍ଷାତ । ଅଧିକ ପଢ଼ନ୍ତୁ...

15th August, Independence Day, Prime Minister Narendra Modi, Indian Olympics contingent, Olympics contingent in Red Fort as special guests,  special guests, ଅତିଥି ହୋଇ ଆସିବେ ଅଲମ୍ପିକ ଆଥଲେଟ୍‌, ଅଗଷ୍ଟ ୧୫, Tokyo Olympics, ସ୍ବାଧୀନତା ଦିବସ
ଅଗଷ୍ଟ ୧୫ରେ ଅତିଥି ହୋଇ ଆସିବେ ଅଲମ୍ପିକ ଆଥଲେଟ୍‌

ନୂଆଦିଲ୍ଲୀ: ଅଗଷ୍ଟ ୮ ତାରିଖରେ ଶେଷ ହେବ କ୍ରୀଡ଼ାର ମହାକୁମ୍ଭ ଅଲମ୍ପିକ୍‌ । ତେବେ ଟୋକିଓରୁ ଫେରିବା ପରେ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଅବସରରେ ସମ୍ପୂର୍ଣ୍ଣ ଭାରତୀୟ ଅଲମ୍ପିକ ଦଳକୁ ଲାଲ କିଲ୍ଲାକୁ ଆମନ୍ତ୍ରିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସମସ୍ତଙ୍କ ସହ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ସହ କଥାବାର୍ତ୍ତା କରିବେ ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ ସମସ୍ତ ଅଲମ୍ପିକ ଆଥଲେଟ୍‌ଙ୍କୁ ବିଶେଷ ଅତିଥି ଭାବେ ଡାକିବେ ପିଏମ ମୋଦି । ଭାରତୀୟ ଦଳ ଅଲମ୍ପିକ ଯିବା ପାଇଁ ପ୍ରସ୍ତୁତ ହେବା ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ସଭିଙ୍କ ସହ କଥାବାର୍ତ୍ତା କରି ତାଙ୍କ ମନୋବଳ ବଢ଼ାଇଥିଲେ । ତେବେ ସେମାନେ ଫେରିବା ପରେ ମଧ୍ୟ ତାଙ୍କୁ ଲାଲ କିଲ୍ଲା ଅତିଥି ଭାବେ ଆମନ୍ତ୍ରିତ କରିବା ସହ ନିଜ ଘରେ ତାଙ୍କ ସହ କଥାବାର୍ତ୍ତା କରିବେ ବୋଲି ଜଣାପଡ଼ିଛି ।

ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ଦୁଇଟି ପଦକ ଜିତିଛି । ଭାରୋତ୍ତୋଳନରେ ମୀରାବାଇ ଚାନୁ ପଦକ ଜିତିଥିବା ବେଳେ କ୍ରମାଗତ ଦ୍ବିତୀୟ ଥର ଅଲମ୍ପିକରେ ପଦକ ଜିତି ଦେଶ ପାଇଁ ଗର୍ବ ଆଣିଛନ୍ତି ପିଭି ସିନ୍ଧୁ । ତେବେ ମଙ୍ଗଳବାର ସେମି ଫାଇନାଲରେ ଭାରତୀୟ ହକି ଟିମ ପରାଜିତ ହୋଇଥିଲେ ସୁଦ୍ଧା କାଂସ୍ୟ ପଦକର ଆଶା ବର୍ତ୍ତମାନ ମଧ୍ୟ ଉଜ୍ଜୀବିତ ରହିଛି । ଗୁରୁବାର ଏହି ମ୍ୟାଚ ଖେଳାଯିବ । ସେପଟେ ବକ୍ସର ଲଭଲିନା ବର୍ଗୋହେନ ମଧ୍ୟ ମହିଳା ବକ୍ସିଂରେ ଭାରତ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.