ETV Bharat / sports

Tokyo Paralympics: ପ୍ରଥମ ମ୍ୟାଚରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ପରାଜିତ - ଟୋକିଓ ପାରାଲମ୍ପିକ୍ସ

ପାରାଲମ୍ପିକ୍ସ ୨୦୨୦ର ପ୍ରଥମ ମ୍ୟାଚରେ ଓଡ଼ିଆ ପୁଅ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ପରାଜିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ପ୍ରଥମ ମ୍ୟାଚରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ପରାଜିତ

author img

By

Published : Sep 1, 2021, 4:23 PM IST

ଟୋକିଓ: ପାରାଲିମ୍ପିକ୍ସ ୨୦୨୦ର ପ୍ରଥମ ମ୍ୟାଚରେ ଓଡ଼ିଆ ପୁଅ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପରାଜିତ ହୋଇଛନ୍ତି । ମିକ୍ସ ଡବଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ପଲକ କୋହଲିଙ୍କୁ ୩ଟି ସେଟରେ ୨-୧ରେ ପରାଜିତ କରିଛନ୍ତି ଫ୍ରାନ୍ସର ମିକ୍ସ ଡବଲ୍ସ ଯୋଡ଼ି ଲୁକାସ ମଜୁର ଓ ଫାଉଷ୍ଟିନ ନୋଏଲ ।

ବିଶ୍ବ ପାରା ରାଙ୍କିଂରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଫ୍ରାନ୍ସର ମିକ୍ସ ଡବଲ୍ସ ଯୋଡ଼ି ଲୁକାସ ମଜୁର ଓ ଫାଉଷ୍ଟିନ ନୋଏଲ । ଏହି ଗ୍ରୁପ-ବି ମ୍ୟା ଦୀର୍ଘ ୪୩ ମିନିଟ ଧରି ଚାଲିଥିଲା । ଏହି ମ୍ୟାଚର ପ୍ରଥମ ସେଟ ଫ୍ରାନ୍ସ ଯୋଡ଼ି ୨୧-୯ରେ ବିଜୟ ହୋଇଥିଲା । ଏହାପରେ ଦ୍ବିତୀୟ ସେଟରେ ଦମଦାର ପ୍ରତ୍ୟାବର୍ତ୍ତନ କରି ୧୫-୨୧ରେ ବିଜୟ ହାସଲ କରିଥିଲେ ଭାରତୀୟ ଯୋଡ଼ି । ତୃତୀୟ ସେଟରେ ଦୁଇ ଦଳ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚର ସେଟକୁ ୨୧-୧୯ରେ ଜିତି ନେଇଥିଲା ଫ୍ରାନ୍ସ ଯୋଡ଼ି ।

ଶେଷ ସେଟ ୧୨ ମିନିଟ ଧରି ଚାଲିଥିଲା । ଏହି ସେଟର ପ୍ରଥମ ପର୍ଯ୍ୟାୟରେ ୧୪-୧୧ରେ ଭାରତୀୟ ଯୋଡ଼ି ପଛୁଆ ରହିଥିଲେ । ତେବେ ପରବର୍ତ୍ତୀ ସମୟରେ ଦମଦାର ପ୍ରଦର୍ଶନ କରି ପଏଣ୍ଟକୁ ୧୫-୪୪ କରିବାକୁ ଉଭୟ ସଫଳ ହୋଇଥିଲେ । ଏହା ଆକ୍ରାମକ ଖେଳ ପ୍ରଦର୍ଶନ କରି ଫ୍ରାନ୍ସର ଲୁକାସ ଓ ଫାଉଟେନ ୧୮-୨୦ରେ ଆଗୁଆ ରହିଥିଲେ । ଶେଷରେ ୨୧-୧୯ରେ ଏହି ସେଟ୍ ସହ ମ୍ୟାଚ ଶେଷ ହୋଇଥିଲା । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଓଡିଆ ପୁଅ ପ୍ରମୋଦଙ୍କ ପାଇଁ ଏଇଠି ଅଭିିଯାନ ଶେଷ ହୋଇନାହିଁ । ଆଗକୁ ସେ ଟୋକିଓ ପାରାଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟର ପୁରୁଷ ଏକକ ବର୍ଗ ଓ ଡବଲ୍ସ ଇଭେଣ୍ଟରେ ନିଜର ଜଲୱା ଦେଖାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.