ETV Bharat / sports

Tokyo Olympics: ସେଲିଂ ପ୍ରଥମ ଦିନରେ ୨୭ତମ ସ୍ଥାନରେ ନେତ୍ରା - Tokyo olympics news

ଭାରତୀୟ ସେଲିଂ(ନୌକାୟନ) ଖେଳାଳି ନେତ୍ରା କୁମାନନ ଦୁଇଟି ରେସ୍‌ ପରେ ୨୭ତମ ସ୍ଥାନରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

NETRA FINISHED 27TH AND VISHNU 14TH AFTER THE FIRST DAYS COMPETITION IN SAILING
Tokyo Olympics: ସେଲିଂ- ପ୍ରଥମ ଦିନରେ ୨୭ତମ ସ୍ଥାନରେ ନେତ୍ରା
author img

By

Published : Jul 25, 2021, 4:49 PM IST

ଇନୋସିମା(ଜାପାନ): ଭାରତୀୟ ସେଲିଂ(ନୌକାୟନ) ଖେଳାଳି ରବିବାର ଟୋକିଓ ଅଲମ୍ପିକରେ ଅଭିଯାନ ଆରମ୍ଭ କରିଛନ୍ତି । ନେତ୍ରା କୁମାନନ ଦୁଇଟି ରେସ୍‌ ପରେ ୨୭ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେହିପରି ବିଷ୍ଣୁ ସରବନନ ନିଜର ପ୍ରଥମ ରେସ୍ ପରେ ୧୪ତମ ସ୍ଥାନରେ ରହିଛନ୍ତି ।

ନେତ୍ରାଙ୍କ ଆରମ୍ଭ ଭଲ ରହିନଥିଲା ଓ ମହିଳା ଲେଜର ରେଡିୟଲରେ ପ୍ରଥମ ରେସ୍‌ ପରେ ୩୩ତମ ସ୍ଥାନରେ ଥିଲେ । ତେବେ ଦ୍ବିତୀୟ ରେସ୍‌ରେ ୧୬ତମ ସ୍ଥାନ ସହ କମବ୍ୟାକ କରିବାକୁ ଭରପୁର ପ୍ରୟାସ କରିଥିଲେ ଓ ମୋଟ ୪୯ ପଏଣ୍ଟ ସହ ୨୭ତମ ସ୍ଥାନରେ ରହିଛନ୍ତି ।

ସରବନନ ପୁରୁଷ ଲେଜର ବର୍ଗରେ ପ୍ରଥମ ରେସ୍‌ରେ ୧୪ତମ ସ୍ଥାନରେ ଥିଲେ । ଖରାପ ପାଗ ଯୋଗୁଁ ଦ୍ବିତୀୟ ରେସ୍‌କୁ ସ୍ଥଗିତ ରଖାଯାଇଛି ।

ପ୍ରତେକ ବର୍ଗରେ ଏକାଧିକ ରେସ୍‌ ରହିଥାଏ । ପ୍ରତ୍ୟେକ ରେସ୍‌ରେ ସ୍ଥାନ ଅନୁଯାୟୀ ପଏଣ୍ଟ ଦିଆଯାଇଥାଏ । ବିଜେତାଙ୍କୁ ଗୋଟିଏ ପଏଣ୍ଟ ଓ ଦ୍ବିତୀୟ ସ୍ଥାନରେ ଆସିଥିବା ପ୍ରତିଯୋଗୀଙ୍କୁ ଦୁଇଟି ପଏଣ୍ଟ ଦିଆଯାଇଥାଏ । ଏହିପରି ବାକି ଖେଳାଳିଙ୍କୁ ମଧ୍ୟ ପଏଣ୍ଟ ମିଳିଥାଏ ।

ଅନ୍ତିମ ରେସ୍‌ ପଦକ ରେସ୍‌ ହୋଇଥାଏ, ଯେଉଁଥିରେ ଦୁଇଗୁଣା ପଏଣ୍ଟ ଦିଆଯାଇଥଏ । ପଦକ ରେସ୍‌ ପରେ ଯେଉଁ ଖେଳାଳି ବା ଟିମର ସବୁଠୁ କମ ପଏଣ୍ଟ ଥାଏ, ତାଙ୍କୁ ବିଜେତା ଘୋଷିତ କରାଯାଏ ।

ଅଗଷ୍ଟ ୧ରେ ୧୦ଟି ରେସ୍‌ ପରେ ମହିଳା ଲେଜର ରେଡିୟନ ଓ ପୁରୁଷ ଲେଡର ଦୁଇ ବର୍ଗରେ ପଦକ ରେସ୍‌ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.