ETV Bharat / sports

Tokyo Olympics: ଦ୍ବିତୀୟ ରାଉଣ୍ଡରେ ଟେନିସ୍‌ ଷ୍ଟାର ସୁମିତ ନାଗଲ

author img

By

Published : Jul 24, 2021, 2:23 PM IST

ଡେନିସ୍‌ ଇଷ୍ଟୋଇନଙ୍କୁ 6-4 6-7(6) 6-4 ସେଟ୍‌ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଯୁବ ଭାରତୀୟ ଟେନିସ୍‌ ଷ୍ଟାର ସୁମିତ ନାଗଲ । ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ନମ୍ବର 2 ଖେଳାଳି ଡାନିଲ ମେଡେଭେଡେଭଙ୍କୁ ଭେଟିବେ । ଅଧିକ ପଢନ୍ତୁ...

Nagal becomes only third Indian to win a singles match at Olympics with victory over Istomin
Tokyo Olympics: ଦ୍ବିତୀୟ ରାଉଣ୍ଡରେ ଟେନିସ୍‌ ଷ୍ଟାର ସୁମିତ ନାଗଲ

ଟୋକିଓ: ଅଲମ୍ପିକ ଖେଳରେ ସୁମିଲ ନାଗଲ ଶନିବାର ତୃତୀୟ ଭାରତୀୟ ଭାବେ ଟେନିସ ପୁରୁଷ ଏକକ ପ୍ରଥମ ରାଉଣ୍ଡ ମ୍ୟାଚ ଜିତିବାର ଗୌରବ ଅର୍ଜନ କରିଛନ୍ତି । 25 ବର୍ଷରେ ପ୍ରଥମ ଥର ଏପରି ହୋଇଛି । 3ସେଟ୍‌ ବିଶିଷ୍ଟ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ଡେନିସ୍‌ ଇଷ୍ଟୋଇନଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଯୁବ ଭାରତୀୟ ଟେନିସ୍‌ ଷ୍ଟାର ସୁମିତ ।

ଦୁଇଘଣ୍ଟା 34 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଷ୍ଟୋମିନଙ୍କୁ 6-4 6-7(6) 6-4 ସେଟ୍‌ରେ ସୁମିତ ବିଜୟୀ ହୋଇଛନ୍ତି । ଏରିଏକେ ଟେନିସ ସେଣ୍ଟର ସ୍ଥିତ କୋର୍ଟ 10ରେ ଏହି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ନମ୍ବର 2 ଖେଳାଳି ଡାନିଲ ମେଡେଭେଡେଭଙ୍କୁ ଭେଟିବେ ସୁମିତ ।

ଜୀସାନ ଅଲି ପ୍ରଥମ ଭାରତୀୟ ଭାବେ ଅଲମ୍ପିକରେ ଟେନିସ ଏକକ ମ୍ୟାଚ୍‌ ଜିତିଥିଲେ । 1988 ସିଓଲ ଅଲମ୍ପିକ ଖେଳରେ ପାରାଗୁଏ ଖେଳାଳି ଭିକ୍ଟୋ କାପାଲେରୋଙ୍କୁ ସେ ହରାଇଥିଲେ । ଏହାପରେ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ 996 ଆଟଲାଣ୍ଟା ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ ସହ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦର ବିଜେତା ହୋଇଥିଲେ । ବ୍ରାଜିଲର ଫର୍ଣ୍ଣାଣ୍ଡୋ ମେଲିଗେନିଙଅକୁ ହରାଇଥିଲେ ଲିଆଣ୍ଡର ।

ଏହାପରେ କୌଣସି ଭାରତୀୟ ପ୍ରଥମ ରାଉଣ୍ଡକୁ ପାର୍‌ କରିପାରିନଥିଲେ । 2012 ଲଣ୍ଡଲ ଅଲମ୍ପିକ୍‌ରେ ସୋମଦେବ ଦେବାରମନ ଓ ବିଷ୍ଣୁ ବର୍ଦ୍ଧନ ଖେଳିଥିଲେ ମଧ୍ୟ ପ୍ରଥମ ରାଉଣ୍ଡକୁ ପାର୍‌ କରିପାରିନଥିଲେ ।

23 ବର୍ଷୀୟ ନାଗଲ ଶ୍ରେଷ୍ଠ ଫର୍ମ ସହ ଅଲମ୍ପିକରେ ପହଞ୍ଚିନଥିବା ସତ୍ତ୍ବେ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିଛନ୍ତି । ନାଗଲ ଦ୍ବିତୀୟ ରାଉଣ୍ଡରେ ଅଷ୍ଟ୍ରେଲିଆନ ଓପନ ରନର୍ସ ଅପ ମେଡେଭେଡେଭଙ୍କୁ ଭେଟିବେ । କାଜାଖାସ୍ତାନର ଆଲେକଜାଣ୍ଡର ବୁବଲିକଙ୍କୁ 6-4 7-6(8)ରେ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.