ETV Bharat / sports

ଲିଫ୍ଟ ଦେଉଥିବା ଟ୍ରକ ଡ୍ରାଇଭରଙ୍କୁ ଟ୍ରିଟ ଦେଲେ ମୀରାବାଇ ଚାନୁ

author img

By

Published : Aug 6, 2021, 7:05 PM IST

ଅଲମ୍ପିକ ଗେମ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁଙ୍କର ଯେତେ ଗୁଣ ଗାଇଲେ ଶେଷ ହେଉନାହିଁ । ଟୋକିଓ ଅଲମ୍ପିକରେ ସଫଳତା ହାସଲ କରିବା ପରେ ତାଙ୍କୁ ସାହାଯ୍ୟ ଓ ସହଯୋଗ କରିଥିବା ପ୍ରତିଟି ଲୋକଙ୍କୁ ସେ ମନେ ପକାଇବା ସବ ସେମାନଙ୍କୁ ନିଜ ଢଙ୍ଗରେ ଧନ୍ୟବାଦ ଅର୍ପଣ କରୁଛନ୍ତି । ଅଧିକ ପଢ଼ନ୍ତୁ...

mirabai chanus treat to the truck drivers who given her lift during training times
ଲିଫ୍ଟ ଦେଉଥିବା ଟ୍ରକ ଡ୍ରାଇଭରଙ୍କୁ ମୀରାବାଇ ଚାନୁଙ୍କ ଟ୍ରିଟ୍

ଇମ୍ଫାଲ: ଅଲମ୍ପିକ ଗେମ୍ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁଙ୍କର ଯେତେ ଗୁଣ ଗାଇଲେ ଶେଷ ହେଉନାହିଁ । ଟୋକିଓ ଅଲମ୍ପିକରେ ସଫଳତା ହାସଲ କରିବା ପରେ ତାଙ୍କୁ ସାହାଯ୍ୟ ଓ ସହଯୋଗ କରିଥିବା ପ୍ରତିଟି ଲୋକଙ୍କୁ ସେ ମନେ ପକାଇବା ସବ ସେମାନଙ୍କୁ ନିଜ ଢଙ୍ଗରେ ଧନ୍ୟବାଦ ଅର୍ପଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ ସମୟରେ ତାଙ୍କୁ ଲିଫ୍ଟ ଦେଉଥିବା ସ୍ଥାନୀୟ ଟ୍ରକ ଡ୍ରାଇଭରଙ୍କୁ ଟ୍ରିଟ୍ ଦେଇଛନ୍ତି ମୀରାବାଇ ଚାନୁ ।

ଭାରତର ଏହି ଷ୍ଟାର ଭାରୋତ୍ତଳକଙ୍କ ଗାଁ ନଙ୍ଗପୋକ୍ କାକଚିଙ୍ଗ୍ । ଏହି ଗାଁରୁ ପ୍ରାୟ ୨୫ କିମି ଦୂରରେ ରହିଛି ସ୍ପୋର୍ଟସ ଏକାଡେମୀ । ପ୍ରତ୍ୟେକ ଦିନ ମୀରାବାଇଙ୍କୁ ଟ୍ରେନରେ ଯାତ୍ରା କରିବାକୁ ପଡ଼ୁଥିଲା । ତେବେ ସ୍ଥାନୀୟ ନଦୀରୁ ବାଲି ଉଠାଇ ଇମ୍ଫାଲ ଷ୍ଟେସନକୁ ଯାଉଥିବା ଟ୍ରକକୁ ସେ ଲିଫ୍ଟ ମାଗି ସ୍ପୋର୍ଟସ ଏକାଡେମୀ ଯିବାକୁ ଲାଗିଲେ । ଏହା ପ୍ରାୟ ରୀତିମତ ଜାରି ରହିଥିଲା । ଫଳରେ ପରବର୍ତ୍ତୀ ସମୟରେ ମୀରାବାଇଙ୍କୁ ଯିବା ଆସିବାରେ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ ।

ଟ୍ରକ ଡ୍ରାଇଭରଙ୍କ ସମ୍ମାନରେ ମୀରାବାଇ ଚାନୁ ଏକ ଭୋଜିର ଆୟୋଜନ କରିଥିଲେ । ଏହି ଅବସରରେ ସେ ଟ୍ରକ ଡ୍ରାଇଭରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏହାକୁ ନେଇ ମୀରାବାଇ ଚାନୁ କହିଛନ୍ତି ଯେ, "ଆପଣମାନଙ୍କ ଯୋଗୁଁ ମୁଁ ଜଣେ ଭାରୋତ୍ତଳକ ହୋଇ ପାରିଲି । ସେଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।"

ଏହାକୁ ନେଇ ଆଜି(ଶୁକ୍ରବାର)ମୀରାଙ୍କ ଘରେ ଟ୍ରକ ଡ୍ରାଇଭରଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ୨୬ ବର୍ଷୀୟ ଭାରୋତ୍ତୋଳକ ଟୋକିଓ ଅଲମ୍ପିକ ଗେମ୍ସରେ 49 କେଜି ବର୍ଗରେ ମୋଟ ୨୦୨ କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଶେଷଥର ପାଇଁ ୨୦୦୦ ମସିହା ୪୯ କେଜି ବର୍ଗରେ କର୍ଣ୍ଣମ ମଲ୍ଲେଶ୍ବରୀ ଅଲମ୍ପିକ୍ ଗେମ୍ସରେ କାଂସ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.