ପୁରୀ: ଟୋକିଓ ଅଲମ୍ପିକ୍ସରେ ଜାତୀୟ ମହିଳା ହକି ଦଳର ସେମିଫାଇନାଲ ମ୍ୟାଚ ପାଇଁ ବିଭିନ୍ନ ମହଲରୁ ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ମହିଳା ହକି ଦଳକୁ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଅଲମ୍ପିକ୍ ଗେମ୍ସର ସେମିଫାଇନାଲକୁ ଯିବା ପରେ ପ୍ରତେକ ଭାରତୀୟ ଉତ୍ସାହିତ ହୋଇ ପଡ଼ିଛନ୍ତି । ସେମିଫାଇନାଲରେ ମହିଳା ହକି ଟିମ ଦମଦାର ପ୍ରଦର୍ଶନ ଫାଇନାଲକୁ ଉନ୍ନିତ ହେବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ଆଶଦାବୀ ହୋଇ ରହିଛନ୍ତି ସଭିଏଁ ।
ପୁରୀରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଚିତ୍ରକଳା ମାଧ୍ୟମ ରେ ଜାତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଦେଇଛନ୍ତି । ସେ ମଧ୍ୟ ଟୋକିଓ ଅଲମ୍ପିକ୍ସରେ ହକି ଦଳ ଦମଦାର ପ୍ରଦର୍ଶନ କରିବା ନେଇ ଆଶାବାଦୀ ହୋଇ ରହିଛନ୍ତି । ଅଲମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଜାତୀୟ ମହିଳା ହକି ଦଳ ବିଶ୍ବ ସ୍ତରର ନିଜ କରିଶ୍ମା ଦେଖାଇଛି । ଏହା ଆଗକୁ ମଧ୍ୟ ଜାରି ରହିବା ନେଇ ସଭିଏ ଆଶା ପୋଷଣ କରିଛନ୍ତି । ବୁଧବାର ସେମିଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଦଳକୁ ଭେଟିବ ଭାରତୀୟ ମହିଳା ଦଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ