ETV Bharat / sports

ହାଇଦ୍ରାବାଦରେ ପହଞ୍ଚିଲେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ

ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ପହଞ୍ଚିଲେ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତେ ସଟଲର ପିଭି ସିନ୍ଧୁ । ବାସଭବନରେ ପହଞ୍ଚିବା ପରେ ସିନ୍ଧୁଙ୍କୁ ସ୍ବାଗତ କରିଛନ୍ତି ତାଙ୍କ ପରିବାର ଲୋକେ । ଅଧିକ ପଢ଼ନ୍ତୁ...

indian proud shuttler pv sindhu reached to hyederaba at her residence
ହାଇଦ୍ରାବାଦରେ ପହଞ୍ଚିଲେ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁ
author img

By

Published : Aug 4, 2021, 4:33 PM IST

Updated : Aug 4, 2021, 4:44 PM IST

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ପହଞ୍ଚିଲେ ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ସଟଲର ପିଭି ସିନ୍ଧୁ । ବାସ ଭବନରେ ପହଞ୍ଚିବା ପରେ ସିନ୍ଧୁଙ୍କୁ ସ୍ବାଗତ କରିଛନ୍ତି ତାଙ୍କ ପରିବାର ଲୋକେ । ସିନ୍ଧୁଙ୍କ ସହ ତାଙ୍କ କୋଚ୍ ପାର୍କ ଟାଇ-ସାଙ୍ଗ୍ ମଧ୍ୟ ରହିଛନ୍ତି ।

ଟୋକିଓ ଅଲମ୍ପିକ୍ ଗେମ୍ସରେ ଦେଶ ନାମ ଟେକ ରଖିବା ପରେ ସିନ୍ଧୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ସହ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ଭାରତ ଫେରିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ସିନ୍ଧୁ । ଏହାପରେ ସେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କୁ ଭେଟିଥିଲେ । ଶେଷରେ ନିଜ ଘରେ ଆଜି(ବୁଧବାର) ନିଜ ବାସଭବନରେ ପହଞ୍ଚିଛନ୍ତି । ସିନ୍ଧୁ ଘରେ ପହଞ୍ଚିବା ପରେ ପରିବାରରେ ଉତ୍ସାହର ମାହୋଲ ରହିଛି ।

ସିନ୍ଧୁ ହାଇଦ୍ରାବାଦ ପହଞ୍ଚିବା ପରେ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା । ଘର ବାହାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଟୋକିଓ ଅଲମ୍ପିକ୍ସରେ ଚୀନ ସଟଲରଙ୍କୁ ମାତ ଦେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ବ୍ରୋଞ୍ଜ ପଦକ ବିଜୟିନୀ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଆନ୍ଧ୍ର ସରକାର ଦେବେ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି । ଏନେଇ ଆନ୍ଧ୍ର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।

ହାଇଦ୍ରାବାଦରେ ପହଞ୍ଚିଲେ ବ୍ରୋଞ୍ଜ ବିଜୟିନୀ ପିଭି ସିନ୍ଧୁ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡି ରାଜ୍ୟ କ୍ରୀଡାନୀତି ଅନୁଯାୟୀ, ସିନ୍ଧୁଙ୍କୁ ଆର୍ଥିକ ପୁରସ୍କାର ମଙ୍ଗଳବାର ସୁଦ୍ଧା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁଯାୟୀ, ସ୍ବର୍ଣ୍ଣ ପଜତ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୩୦ ଲକ୍ଷ ଆର୍ଥିକ ପୁରସ୍କାର ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2021, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.