ETV Bharat / sports

Tokyo Paralympics: ଜାଭେଲିନ ଥ୍ରୋରେ ସୁମିତ ଆଣିଲେ ସ୍ବର୍ଣ୍ଣ ପଦକ - ଟୋକିଓ ପାରାଲମ୍ପିକ୍ସ

ପାରାଲମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କଲେ ପାରାଲମ୍ପିଆନ ସୁମିତ ଅନ୍ତିଲ । ଅଧିକ ପଢ଼ନ୍ତୁ...

Tokyo Paralympics: ଜାଭେଲିନ ଥ୍ରୋରେ ସୁମିତ ଆଣିଲେ ସ୍ବର୍ଣ୍ଣ ପଦକ

author img

By

Published : Aug 30, 2021, 5:14 PM IST

Updated : Aug 30, 2021, 5:24 PM IST

ଟୋକିଓ: ପାରାଲମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ । ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀରେ ସ୍ବର୍ଣ୍ଣ ପଦକ ହାସଲ କଲେ ପାରାଲମ୍ପିଆନ ସୁମିତ ଅନ୍ତିଲ । ଏହି ପଦକ ସହ ଆଜି ଗୋଟିଏ ଦିନରେ ୫ଟି ପଦକ ହାସଲ କରିଛି ଭାରତ । ଫାଇନାଲ ରାଉଣ୍ଡର ସମସ୍ତ ପ୍ରୟାସ ଲଗାତାର ଟପରେ ରହିଥିଲେ ସୁମିତ ଅନ୍ତିଲ ।

ସ୍ବର୍ଣ୍ଣ ପଦକ ହାସଲ କରିବା ସହ ବିଶ୍ବ ରେକର୍ଡ କାୟମ କରିଛନ୍ତି ଅମିତ ଆଣ୍ଟିଲ । ପଞ୍ଚମ ପ୍ରୟାସରେ ସେ ୬୮.୫୫ ମିଟର ଜାଭେଲିନ ଫୋଫାଡ଼ି ବିଶ୍ବ ରେକର୍ଡ କରିଛନ୍ତି । ପୂର୍ବରୁ କୌଣସି ପାରା ଆଥଲେଟ ଏହି କାରନାମା କରିନଥିଲେ । ପାରାଲମ୍ପିକ୍ସରେ ଜାଭେଲିନ ଥ୍ରୋ ଇଭେଣ୍ଟର F-64 କାଟାଗୋରୀ ଫାଇନାଲ ରାଉଣ୍ଡରେ ବିଶ୍ବ ରେକର୍ଡ ସହ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି ସୁମିତ ।

ଫାଇନାଲ ରାଉଣ୍ଡର ସମସ୍ତ ପ୍ରୟାସରେ ଟପରେ ରହିଥିଲେ ସୁମିତ ଅନ୍ତିଲ । ପ୍ରଥମ ପ୍ରୟାସରେ ସେ ୬୬.୯୫ ମିଟର ଜାଭେଲିନ ଫିଙ୍ଗି ରେକର୍ଡ କରିଥିଲେ । ଏହାପରେ ପୁନଃ ପଞ୍ଚମ ପ୍ରୟାସରେ ୬୮.୫୫ ମିଟର ଜାଭେଲିନ ଫୋଫାଡ଼ି ନୂଆ ରେକର୍ଡ ସହ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ଚତୁର୍ଥ ପ୍ରୟାସରେ ସେ ୬୫.୨୭ ମିଟର ଏବଂ ଚତୁର୍ଥ ପ୍ରୟାସରେ ସେ ୬୬.୭୧ ମିଟର ଜାଭେଲିନ ଫୋଫାଡ଼ିଥିଲେ । ଏହାସତ୍ତ୍ବେ ସେ ଟପରେ ରହିଥିଲେ ।

ଏହି ଇଭେଣ୍ଟରେ ଭାରତର ଆଉ ଜଣେ ଆଥଲେଟ ସନ୍ଦିପ ଚୌଧୁରୀ ମଧ୍ୟ ଫାଇନାଲରେ ପହଞ୍ଚିଥିଲେ । ତେବେ ସେ ୬୨.୨୦ ଜାଭେଲିନ ଫୋଫାଡ଼ି ଚତୁର୍ଥ ସ୍ଥାନରେ ହିଁ ରହି ପାରିଥିଲେ । ଏହା ତାଙ୍କ ସିଜିନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବା ସତ୍ତ୍ବେ ସେ ପଦକ ହାସଲ କରି ପାରିନଥିଲେ । ସୁମିତ ପଦକ ହାସଲ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2021, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.