ନୂଆଦିଲ୍ଲୀ: ଅଲମ୍ପିକ୍ ପଦକ ନିଶ୍ଚେ ଜିତିବେ ବୋଲି ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ । ଗୁରୁବାର ସକାଳ ୫ଟା ବେଳେ ମାଆ ମଞ୍ଜିତ କୌରଙ୍କୁ ଫୋନ କରିଥିଲେ ମନପ୍ରୀତ । ଅର୍ଥାତ୍ ମ୍ୟାଚର ଠିକ୍ ୨ ଘଣ୍ଟା ପୂର୍ବରୁ । କିଛି ସମୟ ଧରି କଥା ହେବାପରେ ପଦକ ନିଶ୍ଚେ ଜିତିବେ ବୋଲି ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନପ୍ରୀତ ସିଂହ । ଏହାକୁ ନେଇ ମଞ୍ଜିତ କୌର ସୂଚନା ଦେଇଛନ୍ତି ।
ଏହାକୁ ନେଇ ମଞ୍ଜିତ କୌର କହିଛନ୍ତି ଯେ, "କାଂସ୍ୟ ପଦକ ମ୍ୟାଚ ପୂର୍ବରୁ ପୁଅର ଫୋନ ଆସିଥିଲା । ପ୍ରତି ମ୍ୟାଚର ଦୁଇ ଘଣ୍ଟା ପୂର୍ବରୁ ପୁଅର ଫୋନ ଆସୁଥିଲା । କିଛି ସମୟ ପରେ ପୁଅ କହିଲା ମାଆ ତୁମେ ବ୍ୟସ୍ତ ହୁଅନି । ପଦକ ନିଶ୍ଚେ ଜିତିବୁ । ତୁମେ ଖାଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କର ।"
ଏହାପରେ ଭଗବାନଙ୍କ ନିକଟେର ଅଖଣ୍ଡ ଦୀପ ଜାଳିଥିଲେ ମାଆ ମଞ୍ଜିତ କୌର । ଦୀର୍ଘ ୧୨ ବର୍ଷ ଧର ମଞ୍ଜିତ୍ ଓ ଅନ୍ୟ ଖେଳାଳି ଯେଉଁ ପରିଶ୍ରମ କରିଥିଲେ ତାହାର ଫଳ ମିଳିଛି ବୋଲି କହିଛନ୍ତି ମନପ୍ରୀତଙ୍କ ମାଆ । ସେ କହିଛନ୍ତି ମନପ୍ରୀତ ଦେଇଥିବା କଥା ରଖିଛନ୍ତି ସେ ଭାରତ ପାଇଁ ପଦକ ହାସଲ କରି ଫେରୁଛନ୍ତି । ଏଥିପାଇଁ ସେ ଖୁସି ଥିବା କଥା କହିଛନ୍ତି । ମଜାଦାର କଥା ହେଉଛି କାଂସ୍ୟ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ହୋଇଥିବା ମ୍ୟାଚକୁ ଏକ ହକି ଷ୍ଟିକ ଧରି ପୁରା ମ୍ୟାଚ ଦେଖିଥିଲେ ମଞ୍ଜିତ କୌର ।
ମଞ୍ଜିତ କୌର ଧରିଥିବା ହକି ଷ୍ଟିକ୍ ପଛରେ ମଧ୍ୟ ଏକ କାହାଣୀ ରହିଛି । ଏହି ହକି ଷ୍ଟିକରେ ହକି ଖେଳ ଆରମ୍ଭ କରିଥିଲେ ମନପ୍ରୀତ ସିଂହ । ସେ ଯାହା ବି ହେଉ ଭାରତୀୟ ହକି ଦଳ ୪୧ ବର୍ଷର ଅଲମ୍ପିକ ପଦକ ମରୁଡ଼ି ଶେଷ କରିବାକୁ ସଫଳ ହୋଇଛି । ଏଥିରେ ପ୍ରତ୍ୟେକ ଖେଲାଳି ଜି ଜାନ ଲଗାଇ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ