ETV Bharat / sports

Tokyo Paralympics, ଟୋକିଓ ଅଭିମୁଖେ ଭାରତୀୟ ପାରାଆଥଲେଟ

author img

By

Published : Aug 18, 2021, 8:58 AM IST

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଟୋକିଓ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଭାରତୀୟ ପାରା ଆଥଲେଟ । ଅଧିକ ପଢନ୍ତୁ....

ଟୋକିଓ ଅଭିମୁଖେ ଭାରତୀୟ ପାରାଆଥଲେଟ
ଟୋକିଓ ଅଭିମୁଖେ ଭାରତୀୟ ପାରାଆଥଲେଟ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟୋକିଓ ପାରାଅଲିମ୍ପିକ୍ସ । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଟୋକିଓ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଭାରତୀୟ ପାରା ଆଥଲେଟ ।

ଏହି ସମୟରେ କେତେକ ଆଥଲେଟ ନିଜର ମତ ରଖିଛନ୍ତି । ଜାଭଲିନ ଥ୍ରୋ ଆଥଲେଟ ଟେକ୍ ଚାନ୍ଦ କହିଛନ୍ତି ମେଡାଲ ଜିତିବାକୁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବି । କିଛି ବାଧାବିଘ୍ନ ଥିଲା ମାତ୍ର ତାହା ଜୀବନର ଅଂଶ । ମୁଁ ସେ ସବୁକୁ ପାର କରିଛି । ମୁଁ ଦେଶ ପାଇଁ ଖେଳିବାକୁ ଯାଉଛି ବୋଲି କହିଛନ୍ତି ଟେକ୍ । ଡିସକସ ଥ୍ରୋର ଅନ୍ୟ ଜଣେ ଆଥଲେଟ ବିନୋଦ କୁମାର କହିଛନ୍ତି ଲୋକମାନେ ମନ ଓ ହୃଦୟରୁ ଅକ୍ଷମ ହେବା ଉଚିତ ନହେଁ । ମୁଁ ଅଗଷ୍ଟ ୨୯ରୁ ଖେଳିବି । ପଦକ ଜିତିବା ପାଇଁ ଆମେ ଯଥା ସମ୍ଭବ ପ୍ରୟାସ କରିବୁ ବୋଲି କହିଛନ୍ତି ବିନୋଦ ।

ପାରାଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (PCI)ର ସଭାପତି ଦୀପା ମଲିକ୍ କହିଛନ୍ତି ଯେ ଭାରତୀୟ ଦଳ ବହୁତ ଭଲ ପ୍ରସ୍ତୁତି କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ରୀଡାମନ୍ତ୍ରୀ ସମସ୍ତେ ଶୁଭକାମନା ଜଣାଇଛନ୍ତି । ମୁଁ ବହୁତ ଖୁସି । ପାରା-ଆଥଲେଟଙ୍କ ସହ କାମ କରିବା ଏକ ଭିନ୍ନ ଅନୁଭବ । ଦଳ ବହୁତ ଭଲ ପ୍ରସ୍ତୁତିରେ ରହିଥିବା କହିଛନ୍ତି ଦୀପା ମଲିକ୍ ।

ପ୍ରକାଶ ଥାଉ କି, ଅଗଷ୍ଟ ୨୪ରୁ ଅନୁଷ୍ଠିତ ହେବ ଟୋକିଓ ପାରାଅଲିମ୍ପିକ୍ସ । ଅଗଷ୍ଟ ୨୭ରୁ ଭାରତ ପୁରୁଷ ଓ ମହିଳା ତୀରନ୍ଦାଜ ଇଭେଣ୍ଟରୁ ତାର ଅଭିଯାନ ଆରମ୍ଭ କରିବ । ଏଥର ୯ଟି ବିଭାଗରେ ୫୪ ପାରାଆଥଲେଟ ଟୋକିଓ ୨୦୨୦ ପାରାଅଲମ୍ପିକ୍ସ ଗେମ୍ସରେ ଭାଗ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ,ପଦକ ଚାପରେ ଖେଳନି, ପ୍ରଦର୍ଶନକୁ ଗୁରୁତ୍ବ ଦିଅ: ପ୍ରଧାନମନ୍ତ୍ରୀ

ଗତକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଭାରତୀୟ ପାରାଆଥଲେଟଙ୍କୁ ଉତ୍ସାହିତ କରିବାକୁ ସେମାନଙ୍କ ସହିତ କଥା ହୋଇଥିଲେ । ଏହି ଅବସରରେ ସେମାନଙ୍କ ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତିକୁ ପ୍ରଶଂସା କରିଥିଲେ ମୋଦି । ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ନୂଆ ଇତିହାସ ରଚିବ ବୋଲି ଆଶା କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.