ନୂଆଦିଲ୍ଲୀ: ଅଲମ୍ପିକ୍ରେ ଦେଶର ପ୍ରତିନିଧିତ୍ବ କରିଥିବା ଭାରତୀୟ ଆଥଲେଟ୍ ଆଜି ସ୍ବଦେଶ ଫେରୁଛନ୍ତି । ଫଳରେ ଖେଳାଳିମାନେ ପହଞ୍ଚିବା ପୂର୍ବରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର(IGI)ରେ ସୁରକ୍ଷା କଡାକଡି କରିଛି ଦିଲ୍ଲୀ ପୋଲିସ ।
ଅନ୍ୟପଟେ ଅଲମ୍ପିକରେ ଅଂଶଗ୍ରହଣକାରୀ ଆଥଲେଟ୍ଙ୍କ ସ୍ବାଗତ ପାଇଁ ବିମାନବନ୍ଦର ପରିସରରେ ଅନେକ ସାଧାରଣ ଲୋକେ ପହଞ୍ଚିଛନ୍ତି । ଖେଳାଳିଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହିଛନ୍ତି । ଫଳରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଛି । ବାଜା, ରୋଷଣୀ ସହ ଦେଶର ବିଭିନ୍ନ ସ୍ଥାନରୁ ଖେଳ ସହିତ ଜଡିତ କ୍ରୀଡାପ୍ରେମୀ ବିମାନବନ୍ଦର ପହଞ୍ଚିଛନ୍ତି । ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କ ସମେତ କ୍ରୀଡାମନ୍ତ୍ରଣାଳୟର ଅନେକ ଅଧିକାରୀ ଉପସ୍ଥିତ ଥିବା ମଧ୍ୟ ସୂଚନା ରହିଛି ।
ଖେଳାଳି ମାନଙ୍କ ପହଞ୍ଚିବାର ସମୟ ଯେତେ ନିକଟତର ହେଉଛି, ସେହି ମାତ୍ରାରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ