ଟୋକିଓ: ଟୋକିଓ ଅଲମ୍ପିକ୍ସର ଦଶମ ଦିନ ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ପଦକ ଆଶାରେ ରହିଥିବା ଭାରତୀୟ ଦଳକୁ ଶେଷ ଆଉ ଏକ ପଦକ ହାସଲ କରିବାରେ ସକ୍ଷମ ହୋଇ ପାରିଛି । ଏସବୁ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି । ସେପଟେ ୪ ଦଶକ ପରେ ସେମିକୁ ଉନ୍ନିତ ହୋଇଛି ଭାରତୀୟ ପୁରୁଷ ହକି ଦଳ । ତେବେ କିଭଳି ରହିଥିବା ଭାରତୀୟ ଆଥଲେଟଙ୍କ ପାଇଁ ଟୋକିଓ ଅଲମ୍ପିକ୍ସର ଦଶମ ଦିନ, ନଜର ପକାନ୍ତୁ...
ଦିନ ଆରମ୍ଭରୁ ଗଲ୍ଫ ଇଭେଣ୍ଟରେ ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏହାପରେ ବକ୍ସିଂରେ ମଧ୍ୟ ଭାରତ ପଦକ ଆଶାୟୀ ହୋଇ ରହିଥିବା ବେଳେ ଫେଲ ମାରିଥିଲେ ଭାରତୀୟ ପୁରୁଷ ବକ୍ସର ସତୀଶ କୁମାର । ସେପଟେ ହର୍ଡଲ ଘୋଡ଼ା ଦୌଡ଼ରେ ମଧ୍ୟ ଭାରତକୁ ନିରାଶ ହେବାକୁ ପଡ଼ିଥିଲା ।
ତେବେ ସନ୍ଧ୍ୟା ହେଉହେଉ ଭାରତ ପାଇଁ ଖୁସି ଖବର ଆସିବାକୁ ଲାଗିଲା । ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଭାରତୀୟ ଷ୍ଟାର ସଟରଲ ପିଭି ମ୍ୟାଚ ଜିତି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେ ଚୀନର ସଟଲରଙ୍କୁ ଦୁଇଟି ସିଧା ସେଟରେ ପରାସ୍ତ କରି ନୂଆ ଇତିହାସ ରଚିବା ସହ ଭାରତୁ ଗୌରବାନ୍ବିତ କରିଥିଲେ । ସେପଟେ ୪ ଦଶକ ପରେ ସେମିକୁ ଉନ୍ନିତ ହୋଇଛି ଭାରତୀୟ ପୁରୁଷ ହକି ଦଳ । କ୍ବାର୍ଟର ଫାଇନାଲ ମ୍ୟାଚରେ ଗ୍ରେଟ ବ୍ରିଟେନକୁ ୩-୧ ଗୋଲରେ ମାତ ଦେଇଛି ଭାରତ । ସେମିଫାଇନାଲ ମ୍ୟାଚରେ ଭାରତ ବେଲଜିୟମକୁ ଭେଟିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ