ଟୋକିଓ: ଟୋକିଓ ଅଲମ୍ପିକ୍ସର ଆଉ ଏକ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ପୁଲ-ଏ'ର ଦ୍ବିତୀୟ ମ୍ୟାଚରେ ଜର୍ମାନୀ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ୨-୦ରେ ପରାଜିତ ହେବାକୁ ପଡ଼ିଛି । ମ୍ୟାଚ ଆରମ୍ଭରୁ ହିଁ ଜର୍ମାନୀ ଦଳ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଫଳରେ ଦଳ ମ୍ୟାଚର ପ୍ରଥମାର୍ଦ୍ଧରେ ହିଁ ଗୋଟିଏ ଗୋଲ ଦେଇ ମ୍ୟାଚରେ ଅଗ୍ରଣୀ ରହିଥିଲା ।
ହାପ୍ ଟାଇମ ପରେ ଭାରତୀୟ ମହିଳା ଦଳକୁ ଗୋଟିଏ ପେନାଲ୍ଟି ସୁଟ୍ ଆଉଟ ସୁଯୋଗ ମିଳିଥିଲା । ହେଲେ ଏହାର ସୁଯୋଗ ନେବାରେ ଭାରତୀୟ ଦଳ ଅସଫଳ ରହିଥିଲା । ତୃତୀୟ କ୍ବାର୍ଟର ବେଳକୁ ଭାରତକୁ ଆଉ ଏକ ଗୋଲ ଦେଇ ମ୍ୟାଚରୁ ଭାରତୀୟ ଦଳକୁ ଏକ ପ୍ରକାର ବାହାର କରି ଦେଇଥିଲା ଜର୍ମାନୀ ମହିଳା ଦଳ ।
ମ୍ୟାଚର ୩୨ତମ ମିନିଟରେ ଭାରତର ଗୁରଜିତ ସିଂହଙ୍କୁ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର ସୁଟ୍ କରିବାକୁ ସୁଯୋଗ ମିଳିଥିଲା । ହେଲେ ଏହାର ସୁଯୋଗ ଉଠାଇ ପାରିନଥିଲେ ଗୁରଜିତ । ଏହାର ଠିକ ୩ ମିନିଟ ପରେ ଭାରତକୁ ଦ୍ବିତୀୟ ଗୋଲ ଦେଇଥିଲେ ଆନେ ସ୍କ୍ରୋଡର ।
ମ୍ୟାଚର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ମ୍ୟାଚ ଫେରିବା ଭଳି ମନେ ହେଉଥିଲା । ଏହାର ଦ୍ବିତୀୟାର୍ଦ୍ଧରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଜର୍ମାନୀ ଦଳକୁ ଡିଫେଣ୍ଡ କରିବାରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଅକ୍ଷମ ମନେ ହେଉଥିଲା ।
ଏହାସହ ପୁଲ-ଏ' ରେ ଭାରତୀୟ ନିଜର ଦୁଇଟି ଯାକ ମ୍ୟାଚରେ ପରାଜିତ ହୋଇଛି । ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ନେଦରଲାଣ୍ଡଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ନେଦରଲାଣ୍ଡଠାରୁ ୧-୫ରେ ପରାଜିତ ହୋଇଥିଲା । ଏହି ପରାଜୟ ପରେ ଭାରତୀୟ ଦଳର କ୍ବାର୍ଟର ଫାଇନାଲ ଉନ୍ନିତ ଆଶା କ୍ଷୀଣ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ