ETV Bharat / sports

ଜାପାନ ଯାତ୍ରାରେ ଦୀକ୍ଷା ଦାଗର, ଭାରତୀୟ ଅଲମ୍ପିକ୍‌ ଗୋଲ୍‌ଫ ଚ୍ୟାଲେ୍ଞ୍ଜକୁ ଶକ୍ତି

author img

By

Published : Jul 31, 2021, 12:52 PM IST

ଅଗଷ୍ଟ ୪ରୁ ଟୋକିଓ ଅଲମ୍ପିକ୍‌ର ଗୋଲ୍‌ଫ ଇଭେଣ୍ଟ ଆରମ୍ଭ ହେବାନେଇ ସୂଚୀ ରହିଛି । ବିଳମ୍ବରେ ଡାକରା ପାଇଥିବା ଦୀକ୍ଷାଙ୍କ ଯୋଗୁଁ ଭାରତର ଗୋଲ୍‌ଫ ଚ୍ୟାଲେ୍ଞ୍ଜକୁ ଶକ୍ତି ମିଳିଛି । ଅଧିକ ପଢନ୍ତୁ...

Golfer Disksha Dagar leaves for Tokyo after last-minute Olympic entry
ଜାପାନ ଯାତ୍ରାରେ ଦୀକ୍ଷା ଦାଗର, ଭାରତୀୟ ଅଲମ୍ପିକ୍‌ ଗୋଲ୍‌ଫ ଚ୍ୟାଲେ୍ଞ୍ଜକୁ ଶକ୍ତି

ଟୋକିଓ: ଶେଷ ମୂହୂର୍ତ୍ତରେ ଅଲମ୍ପିକ ଟିକେଟ ହାତେଇଥିବା ଭାରତୀୟ ଗୋଲଫର୍‌ ଦୀକ୍ଷା ଦାଗର ଟୋକିଓ ଅଭିମୁଖେ ଶନିବାର ଉଡାଣ ଭରିଛନ୍ତି । ଫଳରେ ଗୋଲ୍‌ଫ ଇଭେଣ୍ଟରେ ଭାରତର ଆଉ ଏକ ଆଶା ବୃଦ୍ଧିପାଇଛି ।

ଅଗଷ୍ଟ ୪ରୁ ଟୋକିଓ ଅଲମ୍ପିକ୍‌ର ଗୋଲ୍‌ଫ ଇଭେଣ୍ଟ ଆରମ୍ଭ ହେବାନେଇ ସୂଚୀ ରହିଛି । ବିଳମ୍ବରେ ଡାକରା ପାଇଥିବା ଦୀକ୍ଷାଙ୍କ ଯୋଗୁଁ ଭାରତର ଗୋଲ୍‌ଫ ଚ୍ୟାଲେ୍ଞ୍ଜକୁ ଶକ୍ତି ମିଳିଛି ।

"ଏସିଆନ ଗେମ୍ସ ଓ ଅଲମ୍ପିକ୍‌ରେ ମୋ ଦେଶକୁ ପ୍ରତିନିଧିତ୍ବ କରିବା ସ୍ବପ୍ନ ଥିଲା । ଦେଶ ପାଇଁ ଏକ ପଦକ ଜିତିବାକୁ ଚାହୁଁଛି ଓ ସେଥିପାଇଁ କାମ କରୁଛି ।" ଜାପାନ ଅଭିମୁଖେ ଉଡାଣ ଭରିବା ପୂର୍ବରୁ ଏହା କହିଛନ୍ତି ଦୀକ୍ଷା ।

ଜୁଲାଇ ଆରମ୍ଭରେ ପ୍ରକାଶିତ ଚୁଡାନ୍ତ ଅଲମ୍ପିକ ଯୋଗ୍ୟତା ଅର୍ଜନକାରୀ ଖେଳାଳି ତାଲିକାରେ ଦୀକ୍ଷା ରିଜର୍ଭ ଭାବେ ରହିଥିଲେ । ତେବେ ନିକଟରେ ଅନ୍ତର୍ଜାତୀୟ ଗୋଲ୍‌ଫ ମହାସଂଘ ମାଧ୍ୟମରେ ଭାରତୀୟ ଗୋଲ୍‌ଫ ସଂଘ(IGU)କୁ ସୂଚନୀ ମିଳିଥିଲା ଯେ ଦୀକ୍ଷା ଅଲମ୍ପିକ ଅଂଶଗ୍ରହଣ କରିପାରିବେ ।

ଫଳରେ ବାମହାତୀ ଦୀକ୍ଷା ପ୍ରଥମ ଥର ଅଲମ୍ପିକରେ ଅଂଶଗ୍ରହଣ କରିବେ । ନିଜର ଦ୍ବିତୀୟ ଅଲମ୍ପିକ ଖେଳୁଥିବା ଅଦିତି ଅଶୋକଙ୍କ ସହ ସେ ଭାରତୀୟ ଗୋଲ୍‌ଫ ଟିମରେ ସାମିଲ ହେବେ ।

ଟୋକିଓ ଯାତ୍ରା ସହଜ କରିଥିବାରୁ ଭାରତୀୟ ସେନା, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଓ ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି ଦୀକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.