ETV Bharat / sports

ପରାଜୟ ପାଖରୁ ପଦକ: ଶେଷ ୩୦ ସେକେଣ୍ଡରେ ଜିତିଲେ କୁସ୍ତିଯୋଦ୍ଧା ରବି

author img

By

Published : Aug 4, 2021, 7:26 PM IST

ଅବିଶ୍ବସନୀୟ ପ୍ରତ୍ୟାବର୍ତ୍ତନ ସହ ପ୍ରତିପକ୍ଷଙ୍କ ଠାରୁ ଶେଷ ୩୦ ସେକେଣ୍ଡରେ ଫାଇନାଲ ଟିକେଟ ଛଡାଇନେଇ ଭାରତକୁ ଆଉ ଏକ ପଦକ ନିଶ୍ଚିନ୍ତ କଲେ କୁସ୍ତିଯୋଦ୍ଧା ରବି ଦହିୟା । ଅଧିକ ପଢନ୍ତୁ...

From Sonipat to Tokyo, wrestler Ravi Dahiya's road to the Olympics final
ପରାଜୟ ପାଖରୁ ପଦକ: ଶେଷ ୩୦ ସେକେଣ୍ଡରେ ଜିତିଲେ କୁସ୍ତିଯୋଦ୍ଧା ରବି

ଟୋକିଓ: କୁସ୍ତିଯୋଦ୍ଧା ରବି ଦହିୟା ପରାଜୟର ମୁହଁରୁ ଫେରିଆସି ରଚିଲେ ଇତିହାସ। ଚଳିତ ଟୋକିଓ ଅଲମ୍ପିକର ପୁରୁଷ ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମୁକାବିଲାରେ ରବି ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ନୁରିସଲାମ ସନାୟେବଙ୍କ ଠାରୁ ୨-୯ରେ ପଛରେ ରହିଥିଲେ । ମ୍ୟାଚ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମିନିଟ୍‌ରୁ କମ ସମୟ ଥିଲା । ମାତ୍ର ହାର୍‌ ମାନିବାକୁ ପ୍ରସ୍ତୁତ ନଥିଲେ ଭାରତୀୟ ଯୁବ କୁସ୍ତିଯୋଦ୍ଧା । ଶେଷ ମୂହୂର୍ତ୍ତରେ ଅବିଶ୍ବସନୀୟ ଭାବେ ବାଜି ପଲଟାଇଦେଲେ, ମାତ୍ର କିଛି ସମୟ ମଧ୍ୟରେ ସ୍କୋରବୋର୍ଡରେ ବଡଧରଣର ଓଲଟପାଲଟ ହୋଇଗଲା ।

  • What a brilliant comeback Ravi Kumar Dahiya!

    You’re a fighter!

    You had us on the edge of our seat with your power play!

    All the best for the final!

    India 🇮🇳 is cheering for you !#Cheer4India pic.twitter.com/pwevoimBC5

    — Anurag Thakur (@ianuragthakur) August 4, 2021 " class="align-text-top noRightClick twitterSection" data=" ">

ଯୁବ ଭାରତୀୟ କୁସ୍ତିଯୋଦ୍ଧାଙ୍କ ପାଇଁ କର ବା ମର ସ୍ଥିତି ଥିଲା । ମ୍ୟାଚରେ ଶେଷ ୩୦ ସେକେଣ୍ଡ ବାକି ଥିଲା । ଚମତ୍କାର ପ୍ରଦର୍ଶନ ସହ ପ୍ରତିପକ୍ଷ ଯୋଦ୍ଧାଙ୍କୁ ତଳେ ପକାଇ ରଖିଥିଲେ ରବି । ଯାହା ପଏଣ୍ଟ ମିଟରକୁ ୭-୯ରେ ପହଞ୍ଚାଇଥିଲା, ଯାହାକି ଅଲମ୍ପିକ ଇତିହାସରେ ଅନ୍ୟତମ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ ପାଲଟିଯାଇଥିଲା ।

ପୂର୍ବରୁ କଲମ୍ବିଆର ଓସକାର ଟିଗ୍ରେରସ ଓ ବୁଲଗେରିଆର ଜିଓରଗି ଭାଙ୍ଗେଲୋଭଙ୍କୁ ହରାଇସାରିଥିବା ଦହିୟା, ଋଷିଆନ ଅଲମ୍ପିକ କମିଟିର ଜାର ଉଗ୍ରୁଏଭଙ୍କୁ(୨୦୧୮ ଓ୨୦୧୯ ବିଶ୍ବ ଚମ୍ପିଆନସିପରେ ) ଫାଇନାଲରେ ଭେଟିବେ । ଏସିଆନ ଚମ୍ପିଆନ ରବି ଦହିୟା ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ, ସୁଶୀଲ କୁମାରଙ୍କ ପରେ ଅଲମ୍ପିକ କୁସ୍ତି ପ୍ରତିଯୋଗିତାର ଫାଇନାଲ (ସ୍ବର୍ଣ୍ଣ ପଦକ ବାଉଟ୍‌) ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଏହି ଅବିଶ୍ବସନୀୟ ପ୍ରଦର୍ଶନ ପରେ ରବିଙ୍କୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ ଯୋଗେଁ ପ୍ରଶଂସା କରିବା ସହ 'ପ୍ରକୃତ ଯୋଦ୍ଧା' ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.