ଭୁବନେଶ୍ବର: ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ଅଲମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ପୁରୁଷ ହକି ଦଳ ୪୧ ବର୍ଷ ପରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ମହିଳା ଦଳ ଅଳ୍ପକେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଛି । ତେବେ ପ୍ରଥମ ଥର ପାଇଁ ଅଲମ୍ପିକ୍ ଗେମ୍ସର ସେମିଫାଇନାଲରେ ପହଞ୍ଚି ପାରିଥିଲା ଭାରତୀୟ ମହିଳା ହକି ଦଳ ।
ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ଟୋକିଓ ଅଲମ୍ପିକ୍ସର ହକି ଇଭେଣ୍ଟରେ କାଂସ୍ୟ ପଦକ ଲଢେଇରେ ଭାରତୀୟ ମହିଳା ଦଳର ଗ୍ରେଟ ବ୍ରିଟେନଠାରୁ ପରାଜିତ ହୋଇଥିଲା । ତେବେ ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହି ମଧ୍ୟ ଦେଶବାସୀଙ୍କ ହୃଦୟ ଜିତି ପାରିଛିି ଭାରତୀୟ ମହିଳା ହକି ଦଳ । ଗ୍ରେଟ ବ୍ରିଟେନ ବିପକ୍ଷରେ ଭାରତ ୩-୪ ଗୋଲରେ ପରାଜିତ ହୋଇଥିଲା । ଟୋକିଓ ଅଭିଯାନ ଶେଷ ହେବାପରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଆମନ୍ତ୍ରଣ କରିଥିଲେ । ତେବେ ଆଜି(ମଙ୍ଗଳବାର) ଉଭୟ ଦଳର ଖେଳାଳି ଓଡ଼ିଶା ପହଞ୍ଚିଥିବା ବେଳେ ସେମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଆଜି(ମଙ୍ଗଳବାର) ଦିନ 11ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚି ଥିଲେ । ଏହା ପରେ ସେମାନଙ୍କୁ ହୋଟେଲକୁ ପାଛୋଟି ନିଆଯାଇଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ