ଟୋକିଓ: ଭାରତୀୟ ବକ୍ସର ମନୀଷ କୌଶିକ ରାଉଣ୍ଡ ଅଫ୍ ୩୨ ପ୍ରତିଯୋଗିତାରେ ପରାଜିତ ହେବାସହ ଟୋକିଓ ଅଲମ୍ପିକରୁ ବାଦ ପଡିଛନ୍ତି ।
ମନୀଷଙ୍କୁ ପ୍ରଥମ ରାଉଣ୍ଡରେ ଗ୍ରେଟ ବ୍ରିଟେନର ଲୁକ୍ ମେକର୍ମାକଙ୍କ ଠାରୁ ପୁରୁଷ ଲାଇଟ୍ୱେଟ ରାଉଣ୍ଡ ଅଫ ୩୨ରେ ୨-୩ରେ ପରାଜୟ ମିଳିଥିଲା । ଦ୍ବିତୀୟ ରାଉଣ୍ଡରେ ସେ ଦମଦାର କମବ୍ୟାକ କରିବା ସହ ୩-୨ରେ ବିଜୟୀ ହୋଇଥିଲେ । ତେବେ ତୃତୀୟ ତଥା ନିର୍ଣ୍ଣାୟକ ରାଉଣ୍ଡରେ ମେକର୍ମାକ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ ଓ ୪-୧ରେ ଭାରତୀୟ ବକ୍ସରଙ୍କୁ ହରାଇଥିଲେ । ଏଥିସହ ପ୍ରି-କ୍ବାର୍ଟସରେ ମଧ୍ୟ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ