ETV Bharat / sports

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ସିନ୍ଧୁ - ବ୍ରୋଞ୍ଜ ଜିତିଲେ ସିନ୍ଧୁ

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ବଜୟୀ ହେଲେ ପିଭି ସିନ୍ଧୁ

author img

By

Published : Aug 1, 2021, 5:59 PM IST

Updated : Aug 1, 2021, 6:26 PM IST

17:56 August 01

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ବିଜୟୀ ହେଲେ ପିଭି ସିନ୍ଧୁ

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ହାସଲ କଲା ଭାରତ । ବ୍ୟାଡମିଣ୍ଟନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କଲେ ପିଭି ସିନ୍ଧୁ । ବ୍ରୋଞ୍ଜ ପଦକ ପାଇଁ ସଟଲର  ହି ବିଂଜିଆଓଙ୍କ ପ୍ରତିଦ୍ବନ୍ଦିତା କରିଥିଲେ ସିନ୍ଧୁ । ଦୁଇଟି ସିଧା ସେଟରେ ବିଜୟ ହୋଇଛନ୍ତି ସିନ୍ଧୁ । ଫଳରେ ଭାରତ ଟୋକିଓ ଅଲମ୍ପିକ ଗେମ୍ସରେ ଦ୍ବିତୀୟ ପଦକ ହାସଲ କରି ପାରିଛି ।

ବ୍ରୋଞ୍ଜ ପଦକ ପାଇଁ  ଚୀନର ହି ବିଂଜିଆଓଙ୍କ ସହ ପ୍ରତିଦ୍ବନ୍ଦିତା କରିଥିଲେ ପିଭି ସିନ୍ଧୁ । ଦୁଇଟି ସିଧା ସେଟ୍  ୨୧-୧୩, ୨୧-୧୫ ପଏଣ୍ଟରେ ବିଜୟ ହାସଲ କରିଛନ୍ତି ପିଭି ସିନ୍ଧୁ । ପ୍ରଥମ ସେଟ୍ ଆରମ୍ଭ ବେଳେ ଦୁଇ ସଟଲରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ସିନ୍ଧୁଙ୍କ କୌଶଳ ଆଗରେ ହି ବିଂଜିଆଓଙ୍କ ସମସ୍ତ ସଟ୍ ବେକାର ସାବ୍ୟସ୍ତ ହୋଇଥିଲା । ଟୋକିଓ ଅଲମ୍ପିକ ଗେମ୍ସରେ ଭାରତ ତାର ଦ୍ବିତୀୟ ପଦକ ହାସଲ କରିବାରେ ସକ୍ଷମ ହୋଇଛି ।  

ଗତକାଲି (ଶନିବାର) ଏହାପୂର୍ବରୁ ସିନ୍ଧୁ ବିଶ୍ବର ଏକ ନମ୍ବର ସଟଲର ଟିଜୁ-ୟାଙ୍ଗିଙ୍କଠାରୁ ସିଧା ସେଟରେ ପରାଜିତ ହୋଇଥିଲେ । ଯାହାପରେ ବ୍ୟାଡମିଣ୍ଟନ ଇଭେଣ୍ଟର ଫାଇନାଲରେ ପହଞ୍ଚି ପାରିନଥିଲା ଭାରତ । ତେବେ ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ଯାହା ଫଳରେ ଭାରତକୁ ସେ ଗୌରବାନ୍ବିତ କରାଇ ପାରିଛନ୍ତି । ଏହାପୂର୍ବରୁ  ଭାରୋତ୍ତଳନ ଇଭେଣ୍ଟରେ ଭାରତର ମୀରାବାଇ ଚାନୁ ରୌପ୍ୟ ପଦକ ହାସଲ କରିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2021, 6:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.